ସାଂଘାତିକ ରୂପ ନେଇ ଫେରିଲାଣି କରୋନା; ନେଉଛି ମୁଣ୍ଡ, ସାବଧାନ ରୁହନ୍ତୁ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ସାଂଘାତିକ ରୂପ ନେଇ ଫେରିଲାଣି କରୋନା । ଭାରତକୁ ଡରାଇଲାଣି। କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଏହି ମହାମାରୀ। ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି ।

ହଁ ଆଜ୍ଞା, ଏ କୋଭିଡ୍ ମହାମାରୀକୁ କିଏ ବା ଭୁଲିବ । ୨୦୨୦ରେ ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ଏବେ ପୁଣି ଡରାଇଲାଣି । କରୋନା ଭାଇରସକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭାଇରସ । ଗତ କିଛି ଦିନ ହେବ ପୁଣି ଥରେ କରୋନା ଭାଇରସ୍ ମୁଣ୍ଡ ଟେକିଛି । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ମୁତାବକ, ଭାରତରେ ବର୍ତ୍ତମାନ ୨୦୦ରୁ ଅଧିକ ଆକ୍ଟିଭ କେସ୍ ରହିଛି ।

୨୦୨୦ ମସିହାରେ କରୋନା ଭାଇରସ୍ ପୂରା ବିଶ୍ବକୁ ଗ୍ରାସ କରିଥିବା ବେଳେ ଧୀରେ ଧୀରେ ତା’ର ପ୍ରଭାବ ଶୂନ୍ୟ ହୋଇଥିଲା । ଏବେ ଭାରତରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ ଜଣ କୋଭିଡ୍-୧୯ ପଜିଟିଭ୍ ରୋଗୀ ମୃତ୍ୟୁବରଣ କରିଛନ୍ତି । ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଗୁରୁତର ଥିଲା । ଜଣେ ରୋଗୀଙ୍କ ମୁଖ କର୍କଟ ରୋଗ ଥିଲା, ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ ବା କିଡନୀ ରୋଗରେ ପୀଡିତ ଥିଲେ । ଉଭୟଙ୍କ ମୃତ୍ୟୁ କୋଭିଡ୍-୧୯ ନୁହେଁ ବରଂ ପୂର୍ବ ସ୍ଥିତି ଯୋଗୁଁ ହୋଇଛି ବୋଲି ଜଣାପଡିଛି । ମୁମ୍ବାଇରେ ଦୁଇ କରୋନା ଆକ୍ରାନ୍ତଙ୍କ ପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି, ଏହା କୋଭିଡର ନୂଆ ଭାରିଆଣ୍ଟ ନୁହେଁ । ଏହା ଓମିକ୍ରନର ସବଭାରିଆଣ୍ଟ ।

ସେହିପରି ବିଗ୍ ବସ୍ ୧୮ ସିଜିନରେ ଆସିଥିବା ଅଭିନେତ୍ରୀ ଶିଳ୍ପା ଶିରୋଦକରଙ୍କୁ କୋଭିଡ ପଜେଟିଭ । ଅଭିନେତ୍ରୀ ଜଣକ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଫ୍ୟାନ୍ସଙ୍କୁ ଅପଡେଟ୍ ଦେଇଛନ୍ତି । ଅଭିନେତ୍ରୀ ଶିଳ୍ପା ସୋମବାର ଦିନ ସୋସିଆଲ ମିଡିଆରେ ସେ ତାଙ୍କ କୋଭିଡ ପଜିଟିଭକୁ ନେଇ ଖୁଲାସା କରିଛନ୍ତି ।

Leave A Reply

Your email address will not be published.