ପୁଣି ବଢିଲା କୋରୋନା: ଦେଶରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ସକ୍ରିୟ ମାମଲା ସଂଖ୍ୟା

0

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଇବା ଆରମ୍ଭ କରିଛି। ପ୍ରତିଦିନ କୋଭିଡ୍ ମାମଲା ସାମ୍ନାକୁ ଆସୁଛି। ଆଜି ସକାଳ ପର୍ଯ୍ୟନ୍ତ ଭାରତରେ ୧୦୪୭ ସକ୍ରିୟ ମାମଲା ମିଳିଛି। ମହାରାଷ୍ଟ୍ରରେ ୬୬ ଟି ଏବଂ ଉତ୍ତର ପ୍ରଦେଶରେ ୧୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। କୋଭିଡ୍-୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ୧୧ ରେ ପହଞ୍ଚିଛି। କୋଭିଡ୍ ସମ୍ପର୍କରେ ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନେକ ରାଜ୍ୟ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମେ ୨୬ ତାରିଖ ପର୍ଯ୍ୟନ୍ତ ତଥ୍ୟ ଅପଡେଟ୍ କରିଥିଲା। ଦେଶରେ ୧୦୧୦ ସକ୍ରିୟ ମାମଲା ଥିବା କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ବୃଦ୍ଧି ପାଇଛି।

Leave A Reply

Your email address will not be published.