ଚାଇନାରେ କରୋନା ସ୍ଥିତି ଭୟଙ୍କର: ମୁହଁ ଖୋଲିଲେ ସି ଜିନପିଙ୍ଗ

0

ନୂଆଦିଲ୍ଲୀ(ଆମ ଟିଭି): ଚୀନରେ ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଚୀନରେ ହଟିବ କ୍ୱାରେନଟାଇନ୍ ବ୍ୟବସ୍ଥା । ଏହା ସହ ଆସନ୍ତା ଜାନୁଆରୀ ୮ ତାରିଖରୁ ସୀମା ଲୋଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଚୀନରେ ମାତ୍ର ୨୦ ଦିନରେ ୨୫ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି । ଚୀନରେ ଜିରୋ କୋଭିଡ୍ ନୀତି ହଟିବା ପରେ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଚୀନରେ ହସ୍ପିଟାଲ ବେଡର ଘୋର ଅଭାବ ଦେଖାଦେଇଛି । ଗୁରୁତର ରୋଗୀଙ୍କୁ ଆଇସିୟୁ ମିଳୁନାହିଁ ।

Leave A Reply

Your email address will not be published.