ଭୁବନେଶ୍ୱର (ଆମ ଟିଭି): ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୃତକଙ୍କ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଅନେକ ନିଖୋଜଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ । ଏଭଳି ସମୟରେ ରାଜନୈତିକ ବୟାନବାଜି ବି ଜାରି ରହିଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଏ ନେଇ ମୁହଁ ଖୋଲିଛନ୍ତି । ବିଜୟ କହିଛନ୍ତି, ମୃତ୍ୟୁ ଯେତିକି କୁହାଯାଉଛି, ସ୍ଥାନୀୟ ଲୋକେ ତାକୁ ବିଶ୍ୱାସ କରିପାରୁନାହାନ୍ତି । ଉଦ୍ଧାର କାମ ସରିନଥିବାବେଳେ ରେଳମନ୍ତ୍ରୀ ଉଦ୍ଧାର କାମ ସରିଲା ବୋଲି କହିବା ନିନ୍ଦା ଜନକ । ମନ୍ତ୍ରୀଙ୍କ ମନ୍ତବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।
ଫେବୃଆରୀ ମାସର ଘଟଣା ସମାନ ଭାବେ ଜୁନରେ କେମିତି ଘଟିଲା । ଇଲେକଟ୍ରୋନିକ୍ସ ସିଷ୍ଟମର ଟେଣ୍ଡର କିଏ ନେଇଥିଲା । ସିବିଆଇ ସେହି କମ୍ପାନୀକୁ ଧରିପାରିବ ତ ? ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ କହିପାରିବେନି । ବିଜୟ ମହାପାତ୍ର ଆହୁରି କହିଛନ୍ତି,ପାର୍ଟି କିଛି ନୁହେଁ ଲୋକଙ୍କ ଜୀବନ ଆଗ । ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆଯାଇନାହିଁ । ତାଙ୍କୁ ଅନ୍ଧାରରେ ରଖାଯାଇଛି । ରିଲେ ରୁମ ଓ ଇଲେକଟ୍ରୋନିକ୍ସ ରୁମକୁ କେହି ଯାଇପାରିବେ ନାହିଁ । ବାରମ୍ବାର ମନ୍ତ୍ରୀ ମିଛ କହି ଲୋକଙ୍କୁ ଭୁତାଉଛନ୍ତି ।