୪ ଘଣ୍ଟା ଯାଏଁ ନଜର ହଟାଇପାରିନି’… ବିରାଟ କୋହଲିଙ୍କୁ ପସନ୍ଦ ଆସିଲା ଧୁରନ୍ଧର ୨, ଆଦିତ୍ୟ ଏବଂ ରଣବୀରଙ୍କୁ ପ୍ରଶଂସା କଲେ

0

ଆଦିତ୍ୟ ଧରଙ୍କ ଫିଲ୍ମ ଧୁରନ୍ଧର-ଦ ରିଭେଞ୍ଜ ବଲିଉଡରେ ରେକର୍ଡ କରୁଛି । ଫିଲ୍ମ ଧୁରନ୍ଧରକୁ ଦେଖି ପ୍ରଶଂସ କରିଛନ୍ତି ବିରାଟ କୋହଲି । ଆଇପିଏଲ ୨୦୨୬ ବ୍ୟସ୍ତ ସିଡ୍ୟୁଲ ଭିତରେ ମଧ୍ୟ ପତ୍ନୀ ଅନୁଷ୍କାଙ୍କୁ ଧରି ଫିଲ୍ମ ଦେଖିବାକୁ ଥିଏଟରରେ ପହଞ୍ଚଥିଲେ । ଫିଲ୍ମ ଦେଖିବା ପରେ ଇନଷ୍ଟାଗ୍ରାମରେ ଧୁରନ୍ଧର ୨ର ରିଭ୍ୟୁ ଦେଇଛନ୍ତି ।

ବିରାଟ କୋହଲି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପ୍ରଶଂସା କରିଛନ୍ତି । ବିରାଟ କିଭଳି ଫିଲ୍ମ ଦେଖିବାରେ ଲୀନ ହୋଇଥିଲେ ତାହା କହିଛନ୍ତି । ୧ ସେକେଣ୍ଡ ପାଇଁ ସ୍କ୍ରିନରୁ ଆଖି ହଟାଇନାହାନ୍ତି ବୋଲି କହିଛନ୍ତି । ବିରାଟ ଲେଖିଛନ୍ତି, ଧୁରନ୍ଧର ଦେଖିଲି, ସତ କହୁଛି, ଭାରତରେ ନିର୍ମିତ ହୋଇଥିବା ଏଭଳି ଫିଲ୍ମ ମୁଁ କେବେ ଆଗରୁ ଦେଖିନାହିଁ । ପୁରା ଫିଲ୍ମରେ ସବୁ ପ୍ରକାରର ଇମୋସନ ରହିଛି । ହସିବା, ରାଗିବା, କାନ୍ଦିବା, ପ୍ରଶଂସା ଏବଂ ସବୁକିଛି ରହିଛି । ପାଖାପାଖି ୪ ଘଣ୍ଟାର ଫିଲ୍ମ ଦେଖି ମୁଁ ବିରକ୍ତି ହୋଇନାହିଁ କି ନଜର ହଟାଇ ପାରିନାହିଁ । ଆଦିତ୍ୟ ଧର, ଆପଣଙ୍କ ଟ୍ୟାଲେଣ୍ଟ ଏବଂ ପରିଶ୍ରମ ଫିଲ୍ମରେ ଦେଖିବାକୁ ମିଳିଛି । ଆପଣଙ୍କୁ ସଲାମ୍ । ଏଥିରେ ସମସ୍ତ କଳାକାର ଭଲ ଅଭିନୟ କରିଛନ୍ତି । ଫିଲ୍ମରେ ରଣବୀର ସିଂଙ୍କ ଅଭିନୟ କମାଲ ।

ବିରାଟଙ୍କ ପୋଷ୍ଟରେ ଆଦିତ୍ୟ ଧର ରିପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି । ବିରାଟ ଅଣ୍ଡର୧୯ ଖେଳିବା ବେଳରୁ ଆଦିତ୍ୟ ଧରଙ୍କ ଫ୍ୟାନ୍ ରହିଛନ୍ତି । ଅନୁଷ୍କା ଶର୍ମା ମଧ୍ୟ ଧୁରନ୍ଧରକୁ ପ୍ରଶଂସା କରିଛନ୍ତି । ଏହାସହିତ ଆଦିତ୍ୟଙ୍କୁ ପ୍ରଶଂସା କରିଛନ୍ତି ।

ଫିଲ୍ମ ଧୁରନ୍ଧର ବକ୍ସ ଅଫିସରେ ଭଲ ଆୟ କରିଛି । ପ୍ରଥମ ବଲିଉଡ ଫିଲ୍ମ ଯାହା ଇଣ୍ଡିଆନ୍ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା ଆୟ କରିଛି । ୱାଲର୍ଡୱାଇଡ ଏହି ଫିଲ୍ମ ୧୬୦୦ କୋଟି ଟଙ୍କା ଆୟ କରିଛି ।

Leave A Reply

Your email address will not be published.