ଶର୍ମିଷ୍ଠା ପାନୋଲିଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଲେ କୋର୍ଟ

0

ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ‌ହୋଇଥିଲେ ଆଇନ୍‌ ଛାତ୍ରୀ ଶର୍ମିଷ୍ଠା ପାନୋଲି। ତାଙ୍କୁ ନେଇ ଏବେ ମାମଲା ଚାଲିଥିବା ବେଳେ ମଙ୍ଗଳବାର ଦିନ କଲିକତା ହାଇକୋର୍ଟ ଇନ୍‌ଫ୍ଲୁଏନସର୍‌ ତଥା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବାକ୍ ସ୍ୱାଧୀନତା ଧାର୍ମିକ ଭାବନାକୁ ଆଘାତ କରିବାକୁ ଅନୁମତି ଦିଏ ନାହିଁ।

ହାଇକୋର୍ଟ ଦେଶର ବିବିଧତାକୁ ମନେପକାଇ ଦେଇ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ଭାବନାକୁ ଆଘାତ ଦେଇଛି। ୨୨ ବର୍ଷୀୟା ଆଇନ ଛାତ୍ରୀ ‘ଅପରେସନ ସିନ୍ଦୂର’ ପରିପ୍ରେକ୍ଷୀରେ ଧାର୍ମିକ ପରିଚୟ ଉପରେ ଲୋକଙ୍କୁ ଟାର୍ଗେଟ କରି ଏକ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିଥିଲେ। ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ପରେ ଭିଡିଓଟିକୁ ଡିଲିଟ୍ ବି କରିଦେଇଥିଲେ।

“ଆମ ଦେଶର ଏକ ବର୍ଗର ଲୋକଙ୍କ ଭାବନାକୁ ଆଘାତ ଦିଆଯାଇଛି। ଆମର ବାକ୍ ସ୍ୱାଧୀନତା ଅଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଅନ୍ୟମାନଙ୍କ ଭାବନାକୁ ଆଘାତ ଦେବେ। ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ,’’ ବୋଲି ହାଇକୋର୍ଟ କହିଛନ୍ତି।

Leave A Reply

Your email address will not be published.