ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ

0

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ପରେ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଜଣାଯାଇଛି। ଏହାସହ ବିମ୍ରେ ଫାଟ ଥିବା ସୂଚନା ଦେଇଛି ଶ୍ରୀମନ୍ଦିର ବୈଷୟିକ କୋର କମିଟି।

ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ ଓ ଏସ୍.କେ ଭଟ୍ଟାଚାର୍ୟ୍ୟ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅନୁଧ୍ୟାନ ପାଇଁ ଆସିଥିଲେ। ଯାଞ୍ଚ କରିବା ପରେ ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଥିବା ଜଣାପଡ଼ିଥିଲା। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ଏନ୍.ସି ପାଲ୍ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପର ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା। ରଥ ଯାତ୍ରା ପୂର୍ବରୁ ଏହାର ଅସ୍ଥାୟୀ ମରାମତି କରାଯାଇଥିଲା। ଜଗମୋହନ, ନାଟମଣ୍ଡପ କଲମ ଓ ବିମରେ ସମସ୍ୟା ଥିବାରୁ ଆଜି ଆମେ ଅନୁଧ୍ୟାନରେ ଆସିଥିଲୁ।

 

Leave A Reply

Your email address will not be published.