ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

0

ପୁରୀ(ଆମ ଟିଭି): ରଥର ଦକ୍ଷିଣମୋଡ଼ ପୂର୍ବରୁ ଆଜି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ ଥିବା ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ ଦେଖାଦେଇଛି । ସେହିପରି ଦର୍ପଦଳନର ବଡ଼ଉଛୁଳା ଚକରେ ଫାଟ ହୋଇଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ଅଧିକାରୀ । ପରମ୍ପରା ଅନୁଯାୟୀ, ହେରାପଞ୍ଚମୀ ପରଦିନ ଶରଧା ବାଲିରେ ରହିଥିବା ୩ ରଥକୁ ଟଣାଯାଇ ନାକଚଣା ଦୁଆରକୁ ନିଆଯାଇଥାଏ । ତା’ ପୂର୍ବରୁ ୩ ରଥର ଚକକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଥାଏ ।

ଆଜି ନିୟମିତ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି।  ଏନେଇ ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ଅଜିତ ମହାପାତ୍ର କହିଛନ୍ତି, ଦକ୍ଷିଣ ମୋଡ଼ ଓ ବାହୁଡ଼ା ଯାତ୍ରାରେ ଯେପରି କିଛି ଅସୁବିଧା ନ ହେବ ସେଥିପାଇଁ ସବୁବର୍ଷ ନିୟମିତ ପ୍ରକ୍ରିୟା ଭାବେ ଯାଞ୍ଚ କରାଯାଇଥାଏ। ଆଜି ରଥ ଚକରେ ଫାଟ ଥିବା ଜଣାପଡ଼ିଥିବା ବେଳେ ଦକ୍ଷିଣ ମୋଡ଼ ପୂର୍ବରୁ ଏହାର ମରାମତି କାମ କରାଯିବ ।

Leave A Reply

Your email address will not be published.