ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ iPHONE 17 ପାଇଁ କ୍ରେଜ, କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି
ଆଇଫୋନ୍ ପାଇଁ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି । ସାରା ଦେଶରେ I-PHONE-17 ପାଇଁ କ୍ରେଜ୍ । ଆପେଲ୍ ଷ୍ଟୋର ବାହାରେ ଗ୍ରାହକଙ୍କ କ୍ରେଜ୍ । ସାରା ଦେଶରେ ଆଇଫୋନ୍ ର ନୂଆ ସିରିଜ୍ ପାଇଁ ଅଜବ ପ୍ରକାରର କ୍ରେଜ୍ ଦେଖିବାକୁ ମିଳିଛି ।
ଆପେଲର ନୂଆ ସିରିଜ I-PHONE ଫୋନ୍ 17 ପ୍ରୋ, ଆଇଫୋନ୍ 17 ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ୍ air ପାଇଁ ଗ୍ରାହକଙ୍କ ମଧ୍ୟରେ ଡିମାଣ୍ଡ ଦେଖିବାକୁ ମିଳିଛି । ଫୋନ୍ କିଣିବାକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେଣୁ ଫୋନ୍ କିଣିବା ପାଇଁ ବିଳମ୍ୱିତ ରାତିରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଏବଂ ପୁଣେରେ ଆପେଲ୍ ଷ୍ଟୋର ବାହାରେ ଲମ୍ବା ଲାଇନ୍ ଛିଡ଼ା ହୋଇଛନ୍ତି ଲୋକେ। ସବୁଠି ଗ୍ରାହାକଙ୍କ ଭିଡ଼ ଦେଖିବାକୁ ମିଳିଛି । ମୁମ୍ବାଇରେ ଷ୍ଟୋର ବାହାରେ ଗ୍ରାହକଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।