ପୁଣି ଥରେ ଗୋପାଳକୁ ରେମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ୍ ଆବେଦନ

0

ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଥରେ ହୋଇଛି ଆବେଦନ। କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଏନେଇ ଆବେଦନ କରାଯାଇଛି। ଦୁଇ ଦିନ ତଳେ କ୍ରାଇମ୍‌ବ୍ରାଞ୍ଚ ତରଫରୁ ଏହି ସମାନ ଆବେଦନ କରାଯାଇଥିଲା। ତେବେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ।

ଗୋପାଳଙ୍କ ଲାଇ ଡିଟେକ୍‌ସନ୍ ଟେଷ୍ଟ୍ ହୋଇସାରିଛି। ଗୁଜରାଟର ଗାନ୍ଧିନଗରରେ ଏହି ଟେଷ୍ଟ କରାଯାଇଥିଲା। ଏହା ସତ୍ତ୍ୱେ ଗୋପାଳଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଅନେକ ପ୍ରଶ୍ନ ଛିଡ଼ା କରିଛି। ୧୩ ଦିନ ରିମାଣ୍ଡରେ ନେବା ସତ୍ତ୍ୱେ କାହିଁକି କ୍ରାଇମବ୍ରାଞ୍ଚ ଗୋପାଳଙ୍କ ମାନସିକ ସ୍ଥିତିର ଯାଞ୍ଚ କଲା ନାହିଁ ବୋଲି କୁହାଯାଉଛି।

ଆଇନଜୀବୀ ଦୀନେଶ ଜୈନ କହିଛନ୍ତି, କ୍ରାଇମବ୍ରାଞ୍ଚ ପୁନଃଆବେଦନ କରିପାରିବ। କିନ୍ତୁ ଆମକୁ ଲାଗୁଛି ଯେ କ୍ରାଇମବ୍ରାଞ୍ଚ ସମୟ ଗଡ଼ାଇବା ପାଇଁ ତଥା ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏପରି କରୁଛି। ଏସବୁ ହେଉଛି କ୍ରାଇମବ୍ରାଞ୍ଚର ଲୋକଦେଖାଣିଆ ତଦନ୍ତ। କ୍ରାଇମବ୍ରାଞ୍ଚ ପ୍ରକୃତ ତଦନ୍ତ କରୁ ନାହିଁ।

ଅନ୍ୟପକ୍ଷରେ ଆଜି ଗୋପାଳ ଦାସଙ୍କ ଚୌଦ୍ୱାର ଜେଲ୍‌ରେ ଭେଟିଛନ୍ତି ତାଙ୍କ ଭାଇ ସତ୍ୟନାରାୟଣ ଦାସ। ଦିନ ପ୍ରାୟ ୧୨ଟା ବେଳେ ଗୋପାଳଙ୍କ ଭାଇ ଜେଲ୍ ସମ୍ମୁଖରେ ପହଞ୍ଚିଥିଲେ। ନିୟମ ଅନୁଯାୟୀ ଜେଲ୍‌ର ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ସେ ଗୋପାଳଙ୍କୁ ଭେଟିଥିଲେ। ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ସେମାନେ କଥାବାର୍ତ୍ତା ହୋଇଥିଲେ। ଉଭୟ ଭାବବିହ୍ୱଳ ହୋଇପଡ଼ିଥିଲେ। ଗୋପାଳ ଗିରଫ ହେବା ପରେ ପ୍ରଥମ ଥର ପାଇଁ ଆଜି ତାଙ୍କ ପରିବାରର ଜଣେ ସଦସ୍ୟ (ତାଙ୍କ ଭାଇ) ତାଙ୍କୁ ଭେଟିଛନ୍ତି। ଗୋପାଳଙ୍କୁ ଭେଟିବା ସହିତ ଓକିଲାତିନାମାରେ ମଧ୍ୟ ଦସ୍ତଖତ କରିଥିଲେ ସତ୍ୟନାରାୟଣ ଦାସ।

Leave A Reply

Your email address will not be published.