ସୌମ୍ୟଙ୍କୁ ମହଙ୍ଗା ପଡିଲା ସମାଲୋଚନା

0

ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲେ ମଧ୍ୟ ଦଳରେ ତାଙ୍କ ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି।

ସୌମ୍ୟ ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ସମାଲୋଚନା ଜାରି ରଖିଛନ୍ତି। ଏହା ସହିତ ନବୀନଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଗତ ସପ୍ତାହେ ଧରି ମାହୋଲ ତିଆରି ହୋଇଥିଲା।

ପ୍ରଥମେ ଦଳର ବରିଷ୍ଠ ନେତା ଅରୁଣ ସାହୁ, ଅତୁନ ସବ୍ୟସାଚୀ ନାୟକ, ପ୍ରତାପ ଦେଓ, ଶ୍ରୀମୟି ମିଶ୍ର, ଲେନିନ ମହାନ୍ତି ଓ ଅମର ପଟ୍ଟନାୟକଙ୍କ ମାଧ୍ୟମରେ ସୌମ୍ୟଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରାଯାଇଥିଲା। ଏହାପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.