କଟକ ଅତରିକ୍ତ ଜିଲ୍ଲା ଦୌରାଜଜଙ୍କ ରାୟ: ବର୍ଷା ଛାଡିବେ ଶାଶୂ ଘର
କଟକ(ଆମ ଟିଭି): ବର୍ଷା-ଅନୁଭବ ବିବାଦ ମାମଲାର ବିଚାର କରି ଆଜି ବର୍ଷା ଶାଶୂ ଘର ଛାଡ଼ିବାକୁ ରାୟ ଦେଇଛନ୍ତି। ଶାଶୂଘର ଛାଡିବାକୁ ବର୍ଷାଙ୍କୁ ପୂର୍ବରୁ ଏସଡିଜେଏମ କୋର୍ଟ ନିର୍ଦେଶ ଦେଇଥିଲେ। ଏସଡିଜେଏମଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରି ଜିଲା କୋର୍ଟରେ ବର୍ଷା ଆବେଦନ କରିଥିଲେ । କଟକ ଅତିରିକ୍ତ ଦୌରାଜଜ୍ ଏହାର ଶୁଣାଣୀ କରି ଏସଡିଜେଏମଙ୍କ ରାୟଙ୍କୁ କାଏମ ରଖିଛନ୍ତି। ଫଳରେ ଶାଶୂଘର ଛାଡିବେ ବର୍ଷା ପ୍ରିୟଦର୍ଶନୀ।
ବର୍ଷା ପ୍ରିୟଦର୍ଶିନୀ କଟକ ସ୍ଥିତ ନିଜ ଶାଶୁ ଘର ଛାଡ଼ିବାଲାଗି ଗତ ୨ ତାରିଖରେ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଘର ଭଡା ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦେଶ ହୋଇଥିଲା । ଉକ୍ତ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ଅନୁଭବ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବା ସହ କୋର୍ଟରେ ଏହାର ରସିଦ ଦାଖଲ କରିଥିଲେ । ଶାଶୁ ଘର ଛାଡ଼ିବାକୁ କଟକ ଏସଡିଜେଏମ୍ ଅଦାଲତ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ଚ୍ୟାଲେଞ୍ଜ କରି କଟକ ଜିଲା ଦୌରାଜଜ୍ଙ୍କ ନିକଟରେ ବର୍ଷା ପିଟିସନ ଦାୟର କରିଥିଲେ। ରହିତାଦେଶ ଜାରି କରିଛନ୍ତି କଟକ ଜିଲ୍ଲା ଦୌରାଜଜ୍ ଉକ୍ତ ରାୟ ଉପରେ ସେତେବେଳେ ରହିତାଦେଶ ଜାରି କରିଥିଲେ। ଫଳରେ ଅନୁଭବଙ୍କ ଘରେ ବର୍ଷା ରହିଥିଲେ।