ସୋମବାର କଟକ ବନ୍ଦ ଡାକରା: ଶାନ୍ତି ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

0

ଦଶହରା ଭଣାସ ଉତ୍ସବ ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପରେ ସହରରେ ଅଶାନ୍ତ ବାତାବରଣ ଲାଗି ରହିଛି। ଭସାଣ ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟିଥିବାରୁ ଅନେକ ଲୋକ ଆହତ ହୋଇଥିଲେ। ଢେଲା ପଥର ମାଡ଼ରେ ଡିସିପିଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ବି ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଅକ୍ଟୋବର ୬ ତାରିଖ ଦିନ କଟକ ବନ୍ଦ ଡାକରା ଦିଆଯାଇଛି।

ରବିବାର ଗଣ୍ଡଗୋଳ ଘଟଣା ପ୍ରତିବାଦରେ ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ରା ବି ଆୟୋଜିତ ହୋଇଛି। ତେବେ ପୁଲିସ ଦରଘାବଜାର ନିକଟରେ ଶୋଭାଯାତ୍ରାକୁ ଅଟକାଇବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଶୋଭାଯାତ୍ରାକାରୀ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ସହରରେ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସହରବାସୀଙ୍କ ନିବେଦନ କରିଛନ୍ତି। ଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିରୋଧୀ ଦଳ ନେତା ନବୀନ କହିଛନ୍ତି, କଟକବାସୀ ଶାନ୍ତି ଓ ସଦଭାବ ଚାହାନ୍ତି। ଏହି ଘଟଣାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.