କଟକ (ଆମ ଟିଭି): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ଭବାନୀ ଶଙ୍କର ଛୟନୀ । ଏହା ପୂର୍ବରୁ ଭବାନୀ କଟକ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ଭାବେ କାର୍ୟ୍ୟ କରୁଥିଲେ ।
ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସେହିପରି ନରହରି ସେଠୀଙ୍କୁ କଟକ ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ପଦରେ ଅବସ୍ଥାପିତ କରାଯାଇଛି । ଏହା ପୂର୍ବରୁ ନରହରି ଉଚ୍ଚ ଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶକ ପଦରେ କାର୍ୟ୍ୟ କରୁଥିଲେ ।