ଭୁବନେଶ୍ୱର (ଆମ ଟିଭି): କମିଶନରେଟ୍ ପୋଲିସ ଓ ଇଣ୍ଡିଆନ ରେଡ କ୍ରସ୍ ସୋସାଇଟି ରିଜିଓନାଲ ବ୍ରାଞ୍ଚର ମିଳିତ ସହଯୋଗରେ ନିସ ଇନ୍ଷ୍ଟିଚ୍ୟୁଟ ଅଫ ବିଜିନେସ୍ ଆଡ଼ମିନିଷ୍ଟ୍ରେସନ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ କମିଶନରେଟ ପୋଲିସର ଡେପୁଟି କମିଶନର (ଅଭିଯୋଗ ଶୁଣାଣି) ଶ୍ରୀଯୁକ୍ତ ସୀଲଭେରୀୟସ ଟୋପୋ, ଆଡିସିନାଲ ଡିସିପି ଶ୍ରୀଯୁକ୍ତ ମାନସ ରଞ୍ଜନ ଗଡ଼ନାୟକ, ଜୋନ୍-୩ର ଏସପି ଶ୍ରୀଯୁକ୍ତ ତାପସ ଚନ୍ଦ୍ର ପ୍ରଧାନ, ଇନଫୋଭ୍ୟାଲି ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଗୟାନନ୍ଦ ଶାହ, ନିସ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡ଼କ୍ଟର ସୁଭାଷ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଡ଼କ୍ଟର ରାଜେଶ ସାଇଁ, ଡ଼କ୍ଟର ଅଜିତ ନାରାୟଣ ମହାନ୍ତି ଓ ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ସୋସିଆଲ ୱାର୍କ ବିଭାଗର ମୁଖ୍ୟ ଡ଼କ୍ଟର ବିମଲକାନ୍ତ ନାୟକ ଓ ପ୍ରଫେସର ସ୍ବରୂପ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥୁଲା ।