ଖଲ୍ଲିକୋଟରେ ସାଇବର ଅପରାଧ ସଚେତନତା ଶିବିର

0

ଅତ୍ୟଧିକ ଲୋଭ ଓ ଲାଭର ବଶବର୍ତ୍ତୀ ହେଲେ ମନୁଷ୍ୟକୁ ବିପଦରେ ଛନ୍ଦି ହେବାକୁ ପଡ଼େ ବୋଲି ଖଲ୍ଲିକୋଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ସାଇବର ଅପରାଧ ସଚେତନତା ଶିବିରରେ ଯୋଗଦେଇ ଅତିଥିମାନେ ପ୍ରକାଶ କରିଥିଲେ। ଖଲ୍ଲିକୋଟସ୍ଥିତ ଅଗ୍ରଣୀ

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଟ୍ରଷ୍ଟ, ଖଲ୍ଲିକୋଟ ଥାନା ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାଇବର ସଚେତନତା କାର୍ଯ୍ୟକ୍ରମରେ ଲୋକସେବକ

ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଓ ଖଲ୍ଲିକୋଟ ସୋଲିସ ଷ୍ଟେସନ ଗସ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକେ ଲୋଭ ଓ ଲାଭର ବଶବର୍ତୀ ହୋଇ

ବିଭିନ୍ନ ଠକାମିରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି, ଏପରିକି ବହୁ ଶିକ୍ଷିତ ପୁରୁଷ ଓ ମହିଳାମାନେ ମଧ୍ୟ ଠକାମିର ଶିକାର ହେଉଛନ୍ତି; ତେଣୁ

ଜନସାଧାରଣ ଏଥି ପ୍ରତି ସଜାଗ ରହନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଗଞ୍ଜାମ ଅତିରିକ୍ତ ପୁଲିସ ଅଧୀକ୍ଷକ ଓ ଜିଲ୍ଲା ସାଇବର ସେଲ୍ ସଂଯୋଜିକା ସୀମା ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ଦ୍ଧିଷ୍ଟ ୱେବସାଇଟ, ପାସୱାର୍ଡ, ଫୋନ ନମ୍ବର ଓ

ମେସେଜ ପ୍ରତି ସତର୍କଦୃଷ୍ଟି ରଖି ସାବଧାନ ରହିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଅପରାଧ ଘଟିବା ସଙ୍ଗେ ସଙ୍ଗେ ୧୯୩୦ ନମ୍ବରରେ ଫୋନ

କରିବାକୁ ସେ ପରାମର୍ଶ ଦେଇଥିଲେ।

ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଶିବିରର ଆଭିମୁଖ୍ୟ ସମ୍ପର୍କରେ ସୂଚନା

ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦ ସମ୍ପାଦକ ପଞ୍ଚାନନ ସୁର, ଶିଶୁବିଦ୍ୟା ମନ୍ଦିରର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ଶତପଥୀ ଓ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ଦାଶ ପ୍ରମୁଖ ମତ ରଖିଥିବା ବେଳେ ପ୍ରହଲ୍ଲାଦ ବେହେରାଙ୍କ ଦ୍ଵାରା ନିର୍ଦ୍ଦେଶିତ ଓ ଦୀପିକା ଦାଶଙ୍କ ରଚିତ

ନାଟକ ‘ଅନ୍ତିମ ତ୍ରୁଟି’ ମଞ୍ଚସ୍ଥ ହୋଇଥିଲା। ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ।

Leave A Reply

Your email address will not be published.