ଛତ୍ରପୁରରେ ସାଇବର ଅପରାଧ ସଚେତନତା ଶିବିର ଆୟୋଜିତ

0

ଅତ୍ୟଧିକ ଲୋଭ ଏବଂ ଲାଭର ବଶବର୍ତ୍ତୀ ହୋଇ ମଣିଷ ବିପଦରେ ଛନ୍ଦି ହେବାକୁ ପଡେ l ସେହି ପରିପ୍ରେକ୍ଷୀରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସାଇବର ଅପରାଧ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମର ଅତିରିକ୍ତ ପୋଲିସ ଅଧିକ୍ଷକ ଶ୍ରୀମତୀ ସୀମା ସ୍ୱାଇଁ ଯୋଗଦେଇଥିଲେ l ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଏସଡିପିଓ ଚନ୍ଦନ ଘଡେଇ, ଛତ୍ରପୁର। ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଅଜିତ କୁମାର ତ୍ରିପାଠୀ, ଇନସ୍ପେକ୍ଟର ବିଶ୍ୱଜିତ ନାୟକ, ଇନସ୍ପେକ୍ଟର ସଂଗ୍ରାମ ଦେହୁରୀ, ଛତ୍ରପୁର ସାଇବର ସେଲ୍ ଏଏସଆଇ କିରଣ ଚନ୍ଦ୍ର ପାତ୍ର, ଇନସ୍ପେକ୍ଟର ଦିବ୍ୟା ଭାରତୀ ଏବଂ ଓଲିଉଡ଼ ଅଭିନେତ୍ରୀ ପୁନମ ମିଶ୍ର ପ୍ରମୁଖ ସାଇବର ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଲୋକେ ଲୋଭ ଏବଂ ଲାଭର ବଶବରହୋଇ
ବିଭିନ୍ନ ଠକାମିରେ ପଡ଼ି ସର୍ବସ୍ୱାନ୍ତ ହେଉଥିବା କଥା କହିଥିଲେ, ଏପରିକି ବହୁ ଶିକ୍ଷିତ ପୁରୁଷ ଓ ମହିଳାମାନେ ମଧ୍ୟ ଠକାମିର ଶିକାର ହେଉଛନ୍ତି; ତେଣୁ ଜନସାଧାରଣ ଏଥି ପ୍ରତି ସଜାଗ ରହନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

ଗଞ୍ଜାମ ଅତିରିକ୍ତ ପୁଲିସ ଅଧୀକ୍ଷକ ଓ ଜିଲ୍ଲା ସାଇବର ସେଲ୍ ସଂଯୋଜିକା ଶ୍ରୀମତୀ ସୀମା ସ୍ବାଇଁ ନିର୍ଦ୍ଧିଷ୍ଟ ୱେବସାଇଟ, ପାସୱାର୍ଡ, ଫୋନ ନମ୍ବର ଓ ମେସେଜ ପ୍ରତି ସତର୍କଦୃଷ୍ଟି ରଖି ସାବଧାନ ରହିବା ପାଇଁ ପରାମର୍ଶ ଦେଇଥିଲେ। ଆବଶ୍ୟକ ହେଲେ ୧୯୩୦ ନମ୍ବରରେ ଫୋନ କରିବାକୁ ସେ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.