ଗଞ୍ଜାମ (ଆମ ଟିଭି): ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫, ୧୯ ଅକ୍ଟୋବର ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ସଫଳତାର ସହ ଆୟୋଜିତ ହୋଇଥିଲା। ଗଞ୍ଜାମ ଠାରେ ଗଣମାଧ୍ୟମ, ପୋଲିସ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପୋଲିସ ଆରକ୍ଷୀ ଅଧିକାରୀ ଛତ୍ରପୁର ଏବଂ ସ୍ଥାନୀୟ ନାଗରିକଙ୍କ ଉପସ୍ଥିତିରେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ସମଗ୍ର ଓଡ଼ିଶାରେ ସାଇବର ଅପରାଧର ଦ୍ରୁତ ବୃଦ୍ଧି ଉପରେ ଆଲୋକପାତ କରିଥିଲେ ଏବଂ ସାଇବର ଅପରାଧୀମାନଙ୍କ ଦ୍ୱାରା ବ୍ୟବହୃତ ସାଧାରଣ ଠକେଇ କୌଶଳ ବିଷୟରେ କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଡିଜିଟାଲ ଠକେଇକୁ ଅଟକାଇବା ଏବଂ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ “ସଚେତନତା ହେଉଛି ଚାବିକାଠି”।

ପରବର୍ତ୍ତୀ ସପ୍ତାହଗୁଡ଼ିକରେ, ଏହି ଅଭିଯାନ ସମସ୍ତ ୨୬ଟି ପୋଲିସ ଷ୍ଟେସନ କ୍ଷେତ୍ରାଧିକାରକୁ କଭର କରିଥିଲା, ଯାହା ସ୍କୁଲ, କଲେଜ, ବରିଷ୍ଠ ନାଗରିକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଶିଳ୍ପ ଏବଂ ସ୍ଥାନୀୟ ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ୩୦୧୦୦ ରୁ ଅଧିକ ଜନ ସାଧାରଣ, ୮୨ ଟି ଶିକ୍ଷାନୁଷ୍ଠାନ ଏବଂ ୫୬ ଟି ବଜାର ସଂଘକୁ କଭର କରାଯାଇଥିଲା। ସଚେତନତା ଅଧିବେଶନରେ ଓଟିପି ଠକେଇ, ସନ୍ଦିଗ୍ଧ ଲିଙ୍କ୍, ଏପିକେ ଆପ , ପାସୱାର୍ଡ ସୁରକ୍ଷା, ଡିଜିଟାଲ୍ ଗିରଫ ଠକେଇ, ୧୯୩୦ ହେଲ୍ପଲାଇନ୍ ଏବଂ cybercrime.gov.in ଉପରେ ଆଲୋଚନା କରାଯାଇଥିଲା। ଏହି ସଚେତନତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲୋକନୃତ୍ୟ, ଦାସକାଠିଆ, ଛୋଟ ନାଟକ, କୁଇଜ୍, ବଡ଼ ସ୍କ୍ରିନ୍ ଭିଡିଓ ଏବଂ ଏଲଇଡି ଅଭିଯାନ ଯାନ ସବୁ ବ୍ୟବହାର କରାଯାଇଥିଲା ।

ସାଇବର ସେପଟି କ୍ୟାମ୍ପେନ୍ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ସ୍ଵାଗତ ଭାଷଣ ସହିତ ଗଞ୍ଜାମ ପୋଲିସ ତରଫରୁ ଆଡିସନାଲ୍ ଏସପି ସୀମା ସ୍ୱାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥଲେ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର (ଆଇଏଏସ୍) ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁରର ଉପ-ବିଭାଗୀୟ ଅଧିକାରୀ ଚନ୍ଦନ ଘଡ଼ାଇ ଓ ଛତ୍ରପୁର ପୌରାଞ୍ଚଳ ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନଙ୍କ ଉପସ୍ଥିତରେ ।

ଲୋକପ୍ରିୟ ଓଡ଼ିଆ ସିନେମା କଳାକାର ପୁନମ୍ ମିଶ୍ର ମଧ୍ୟ ଛତ୍ରପୁର ଏବଂ ଆସ୍କାରେ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯାହା ଜନ ଅଂଶଗ୍ରହଣକୁ ବୃଦ୍ଧି କରିଥିଲା। ବ୍ୟାପକ ପ୍ରଚାର ଏବଂ ପୋଲିସ କର୍ମଚାରୀ ମାନଙ୍କ ସକ୍ରିୟ ସମ୍ପୃକ୍ତି ସହିତ, ଗଞ୍ଜାମ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଏକ ସଫଳ କାର୍ଯକ୍ରମ ଥିଲା, ଯାହା ନାଗରିକମାନଙ୍କ ମଧ୍ୟରେ ସାଇବର ସଚେତନତାକୁ ସୁଦୃଢ଼ କରିଛି ବୋଲି ଜନସାଧାରଣ କହିଛନ୍ତି । ଏହି ଅବସରରେ ଓଡ଼ିଆ ଫିଲ୍ମ ମନ୍ତ୍ରମୁଗ୍ଧ ର କଳାକାର ଅଭିନେତ୍ରୀ ସୂର୍ଯ୍ୟମୟୀ,ଅଭିନେତା ସାର୍ଥକ,ମନୋଜ,ମନ୍ମୟ ପ୍ରମୁଖ ଯୋଗଦେଇ ସାଇବର କ୍ରାଇମ୍ ବିଷୟରେ ସଚେତନତା ସହ ମନ୍ତ୍ରମୁଗ୍ଧ ଚଳଚ୍ଚିତ୍ର ଯାହା ଜାନୁୟାରୀ ମାସରେ ମୁକ୍ତିଲାଭ କରିବ ଦେଖିବାପାଇଁ ଉପସ୍ଥିତ ଦର୍ଶକମାନଙ୍କୁ ଅନୁରୋଧ କରିଥିଲେ।