ଆସୁଛି ବାତ୍ୟା ‘ଶକ୍ତି’! ଓଡ଼ିଶା ଉପକୂଳ ଓ ବାଂଲାଦେଶରେ ପଡିପାରେ ପ୍ରଭାବ, ଜାଣନ୍ତୁ କ’ଣ କହିଲା IMD?

0

ନୂଆଦିଲ୍ଲୀ (ଆମ ଟିଭି): ଆସୁଛି ଏକ ବଡ ବାତ୍ୟା ଶକ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମେ ୨୩ରୁ ୨୮ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି । ଏହା ଓଡ଼ିଶା ଉପକୂଳ ଓ ବାଂଲାଦେଶର ଚତୋଗ୍ରାମରେ ପ୍ରଭାବ ପକାଇପାରେ । ଏନେଇ ବାଂଲଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସାମ୍ଭାବ୍ୟ ବାତ୍ୟାର ନାଁ ଶକ୍ତି ରଖାଯାଇଛି ।

ଘୂର୍ଣ୍ଣିଝଡର ପ୍ରାଥମିକ ପ୍ରଭାବ ବାଂଲାଦେଶ ଉପରେ ପଡିବାର ଆଶଙ୍କା କରାଯାଉଥିବା ବେଳେ ଓଡ଼ିଶାର ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ଖୋର୍ଦ୍ଧାରେ ମଧ୍ୟମ ପ୍ରଭାବ ପଡିପାରେ । ଏହି ଅଞ୍ଚଳରେ ୨୪ରୁ ୨୭ ମେ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୪୦ରୁ ୬୦କି.ମି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସୂଚନା ଅନୁସାରେ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବିଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର ଆଣ୍ଡାମାନର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଏହି ସମୟରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି ।

ଅନ୍ୟପଟେ ବାତ୍ୟା ଖବରକୁ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ଏବେ ବାତ୍ୟାର ସୂଚନା ନଥିବା ବିଭାଗ ସ୍ପଷ୍ଟ କରିଛି। ମେ’ ୨୩ରୁ ୨୮ ମଧ୍ୟରେ ‘ବାତ୍ୟା ଶକ୍ତି’ ହେବା ନେଇ କେତେକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଇଏମଡି ଦୃଢ ଭାବରେ ଖଣ୍ଡନ କରିଛି। ଏକ ସରକାରୀ ସୂଚନାରେ ଆଇଏମଡି ସ୍ପଷ୍ଟ କରିଛି ଯେ, ମେ ୧୩ ତାରିଖରେ ଆଣ୍ଡାମାନ ସାଗର ଉପରେ କେବଳ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରାଯାଇଥିଲା, ଘୂର୍ଣ୍ଣିଝଡ଼ ନୁହେଁ। ପାଣିପାଗ ଦୃଷ୍ଟିରୁ ଦୁଇଟି ଯାକ ପୃଥକ।

ଆଇଏମଡି ସ୍ପଷ୍ଟୀକରଣ ଦେଇ କହିଛି ଯେ, ବାତ୍ୟା ନେଇ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ପାଣିପାଗ ସ୍ଥିତିକୁ ନେଇ ଆଗକୁ ସୂଚନା ଦିଆଯିବ। କିଛି ନିର୍ଦିଷ୍ଟ ଗଣମାଧ୍ୟମ ଭୁଲ୍‌ ଖବର ପ୍ରଚାର କରି ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି କରିବାସହ ଭୟଭୀତ କରାଉଛନ୍ତି। ଏଭଳି ଆନୁମାନିକ କିମ୍ବା ଭୁଲ ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ଅନୁରୋଧ କରିଛି ଆଇଏମଡି।

 

Leave A Reply

Your email address will not be published.