ବାଂଲାଦେଶ ବରିଷଲ ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

0

ଭୁବନେଶ୍ୱର (ଆମ ଟିଭି): ଧୀରେ ଧୀରେ ଦୁର୍ବଳ ହେଲା ବାତ୍ୟା ସି-ତ୍ରାଙ୍ଗ । ଏହା ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ମଧ୍ୟ ରହିଛି ।

ଗତକାଲି ରାତି ୯.୩୦ରୁ ୧୧.୩୦ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ସିତ୍ରାଙ୍ଗ । ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । କାଁ ଭାଁ କିଛି ସ୍ଥାନରେ କୋହଲା ପାଗ ଥିବାବେଳେ ଅନେକ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡ଼ିଶା ଉପକୂଳରେ କେତେକ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି ।

Leave A Reply

Your email address will not be published.