ଡରାଇଲାଣି ବାତ୍ୟା: ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବ !

0

ଭୁବନେଶ୍ୱର (ଆମ ଟିଭି): ଭୀଷଣ ବାତ୍ୟାର ରୂପ ନେବ ଘୂର୍ଣ୍ଣିଝଡ଼। ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର IMD। 2୮ ଓ ୨୯ ତାରିଖ ରାତିରେ ଲ୍ୟାଣ୍ଡଫଲ କରି ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଜଳଭଣ୍ଡାର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବସିଥିଲା ବୈଠକ।

ବାତ୍ୟାର ସମ୍ଭାବ୍ୟ ସ୍ଥିତି ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି। ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ। ଗଜପତି ଜିଲ୍ଲାର ହରଭଂଗୀ ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ 90 ପ୍ରତିଶତକୁ ଅଣାଯାଇଛି। ଆବଶ୍ୟକ ପଡିଲେ ଆହୁରି ଖାଲି ହେବ। ପ୍ରଭାବିତ ଆଶଙ୍କା କରାଯାଉଥିବା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି। ଜଳଭଣ୍ଡାର ସ୍ଥିତି ନେଇ ପୁଣି ସମୀକ୍ଷା ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।

Leave A Reply

Your email address will not be published.