ଟେଲିଭିଜନରେ ଅନୁଭବଙ୍କ ‘ଦାଦାଗରି’

0

କେବେ ଭାଇ, କେବେ ପ୍ରେମିକ, କେବେ ସ୍ବାମୀ, କେବେ ପୁଣି ବନ୍ଧୁ; ଏମିତି ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ଅଭିନେତା ଅନୁଭବ ମହାନ୍ତି। ଅନୁଭବ କହନ୍ତି ମୋତେ ଲାଗେ ଚଳଚ୍ଚିତ୍ର ଜଗତରେ ମୁଁ ଯେମିତି ଏଇ କିଛିଦିନ ହେବ ପ୍ରବେଶ କରିଛି, ହେଲେ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ୧୮ ବର୍ଷର ଯାତ୍ରା। ଭିନ୍ନ ଭିନ୍ନ ଭୂମିକାରେ ଆସି ଦର୍ଶକଙ୍କୁ ମନୋରଂଜନ ଦେବାକୁ ସେ ପ୍ରୟାସ କରିଛନ୍ତି। ଏବେ ଜି-ସାର୍ଥକ ଚ୍ୟାନେଲ ଏହାର ଅଗଣିତ ଦର୍ଶକଙ୍କୁ ଭେଟି ଦେବାକୁଯାଉଛି ରିୟଲିଟି ସୋ’ ‘ଦାଦାଗିରି’। ଏହି ସୋ’ରେ ଅଭିନେତା ଅନୁଭବଙ୍କ ୧୮ ବର୍ଷର ଅଭିନୟ କ୍ୟାରିୟର ସମ୍ପର୍କରେ ଦର୍ଶକ ସବୁ ଘଟଣା-ଦୁର୍ଘଟଣା ସମ୍ପର୍କରେ ଜାଣିପାରିବେ। ‘ଦାଦାଗିରି’ ସୋ’ର ଏକ ଟାଗ୍‌ଲାଇନ୍ ହେଉଛି ‘ହୃଦୟରୁ’। ତେଣୁ ସୋ’ର ନାଁ ହେଉଛି ‘ଦାଦାଗିରି ହୃଦୟରୁ’। ଏହି ସୋ’ର ମୂଳମନ୍ତ୍ର ହେଲା-ଦାଦାଗରି କରୁଥିବା ଲୋକଟି ସାଧାରଣ ଲୋକଙ୍କୁ ହୃଦୟରୁ ଭଲପାଇବା। ସିନେମା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଯେତିକି ଜାଗା ପାଇଛନ୍ତି, ଏହି ‌ଟେଲି ରିୟାଲିଟି ସୋ’ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଅଭିନେତା ଅନୁଭବ ଆହୁରି ଅଧିକ ରାଜ କରିବେ ବୋଲି ଆଶା କରାଯାଉଛି।

ଉକ୍ତ ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରାୟ ଚୌଧୁରୀ ଅନୁଭବ ଏହି ସୋ‌’ରେ ଯୋଗ ଦେଉଥିବାରୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି- ଅନୁଭବଙ୍କ ଅନୁଭବ୍ୟ ଭାବମୂର୍ତ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଜକୁ ୧୮ ବର୍ଷ ହେଲା ପ୍ରଭାବିତ କରିଆସିଛି। ଜି-ସାର୍ଥକ ସେମିତି ଜ‌ଣେ ଅଭିନେତାଙ୍କୁ ନିୟମିତ ଭାବେ ପ୍ରସାରିତ ହେବାକୁଥିବା ମେଗା ରିୟାଲିଟି ସୋ’ରେ ପାଇ ଗୌରବାନ୍ବିତ ମନେକରୁଛି। ଦାଦାଗିରି ଜାନୁଆରୀ ୧୫ ତାରିଖ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା ରୁ ପ୍ରସାରିତ ହେବ।

Leave A Reply

Your email address will not be published.