“ଦାଦାଗିରି” ରେ ଏକାଠି ହେଲେ ପ୍ରଥମ ଥର ପାଇଁ ଦୂଇ ସୁପରଷ୍ଟାର

0

ପ୍ରଥମ ଥର ପାଇଁ ଅଭିନେତା ଅନୁଭବ ଙ୍କ ମେଗା ରିଆଲିଟି ଗେମ୍ ସୋ “ଦାଦାଗିରି” ରେ ଅଭିନେତା ବାବୁଶାନ୍ ଅତିଥି ଭାବେ ଭାଗ ନେବା ସହ ମଉଜ ମସ୍ତି କଲେ।ଫିଲ୍ମ ବାଳୁଙ୍ଗା ଟୋକା ର ଶୀର୍ଷ ସଙ୍ଗୀତ ରେ ନାଚିଲେ ଓଡ଼ିଶାର ଦୁଇ ସୁପରଷ୍ଟାର ଅନୁଭବ ଓ ବାବୁଶାନ୍।ଅଭିନେତା ଅନୁଭବ ମହାନ୍ତି ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ ୟୁ ର କଳାକାର ନମ୍ରତା ଥାପା, ପିଣ୍ଟୁ ନନ୍ଦ, ପ୍ରଯୋଜକ ଟୁଟୁ ନାୟକ, କଣ୍ଠଶିଳ୍ପୀ ଟି ସୈ।ରୀ , ଜୀ ସାର୍ଥକ ରଲୋକପ୍ରିୟ ଧାରାବାହିକ ର ଅଭିନେତ୍ରୀ ଲିପ୍ସା ମିଶ୍ର,ଜୀନା ସାମଲ,ଜେସୀ ସାମଲ, ତୃପ୍ତି ମିରାମ୍ବିକା, ପ୍ରମୁଖ ଦାଦାଗିରି ହୃଦୟ ରୁ ରେ ଭାଗ ନେଇ ଦର୍ଶକ ଙ୍କ ମନୋମୋହି ସାରିଛନ୍ତି।ସୁପରଷ୍ଟାର ବାବୁଶାନ୍ ଙ୍କ ଅଧ୍ୟାୟ ଟି ଆସନ୍ତା ଶନିବାର ୧୯ ଫେବୃଆରୀ ରେ ଦାଦାଗିରିର ପ୍ରସାରଣ ହେବ।ଏହି ଅଧ୍ୟାୟ ରେ ବାବୁଶାନ୍ ଅନୁଭବ ଙ୍କ ସହ ଗେମ୍ ଖେଳିବା ସହ ନିଜ ଚଳଚ୍ଚିତ୍ର ର ଗୀତ ଓ ନୃତ୍ୟ ମଧ୍ୟ କରିବାର ଦେଖିବାକୁ ମିଳିବ।

Leave A Reply

Your email address will not be published.