ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର ଆସନ୍ତା ୨୯ ନଭେମ୍ବର

0

ଭୁବନେଶ୍ୱର (ଆମ ଟିଭି): ଲୋକପ୍ରିୟ ଓଡିଆ ଚ୍ଯାନେଲ ଜୀ ସାର୍ଥକରେ ଓଡିଶାର ସବୁଠୁ ବଡ ଡାନ୍ସ ରିଆଲିଟି ଶୋ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ” ଏକ ନୂଆ ସିଜିନ ସହ ପୁଣି ଫେରିଛି ଟିଭି ପରଦାକୁ, ଯାହାକୁ ଏବେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଲ୍ ମାଷ୍ଟର୍ସ” ଭାବରେ ପୁନଃକଳ୍ପିତ କରାଯାଇଛି । ଏହାର ପ୍ରିମିୟର ଆସନ୍ତା ୨୯ ନଭେମ୍ବର ୨୦୨୫ରେ ହେବାକୁ ଯାଉଛି। ନୂଆ ନୂଆ ଏପିସୋଡ୍ ସହ ଏକ ଦମଦାର ଗ୍ରାଣ୍ଡ ଫିନାଲେ ସହିତ ଏହି ସିଜିନ୍ ଏକ ରୋମାଞ୍ଚକର ହେବ କାରଣ ଏଥର ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଓଡ଼ିଆ ସେଲିବ୍ରିଟିମାନଙ୍କୁ ଅସାଧାରଣ ପ୍ରତିଭାଶାଳୀ ଶିଶୁ ପ୍ରତିଯୋଗୀ ମାନଙ୍କ ସହ ଯୋଡ଼ିବ ଏହି ଡାନ୍ସ ରିଆଲିଟି ଶୋ । ଏହି ଶୋ ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ ପ୍ରସାରିତ ହେବ କେବଳ ଜୀ ସାର୍ଥକରେ ।

ଏଥର ୧୦ ଜଣ ସେଲିବ୍ରିଟି ଏବଂ ୧୦ ଜଣ ଲିଟିଲ୍ ମାଷ୍ଟର୍ସ ଦୁଇଟି ଦଳ ଗଠନ କରିବେ, ଯାହାର ନାମ ହେଲା ରଙ୍ଗବତୀ ୨.୦ ଆଉ ଲଚକମଣି ୨.୦, ଯେଉଁମାନେ ହାଇ ଭୋଲଟେଜ୍, ରୋମାଣ୍ଟିକ୍, ଫେଷ୍ଟିଭାଲ୍, କମେଡି, ଆଇଟମ୍ ନମ୍ବର ଏବଂ ଅନ୍ୟାନ୍ୟ ରୋମାଞ୍ଚକର ଥିମ୍ ରାଉଣ୍ଡରେ ପ୍ରତିଯୋଗିତା କରିବେ। ସେଲିବ୍ରିଟି ନିକିତା ,ଦେବସ୍ମିତା, ଅନନ୍ୟା, ରୋମ୍ୟାଜଂଳି, ସୁଶ୍ରୀ, ପିହୁ, ଲଭରିନ, ସୁଲଗ୍ନା,ହିତେସା ଓ ମାନସୀ ପ୍ରତ୍ୟେକ ଏପିସୋଡରେ ନୃତ୍ୟର ବିଭିନ୍ନ ଶୈଳୀ ମାଧ୍ୟମରେ ନିଜର ଲିଟିଲ୍ ମାଷ୍ଟର୍ସ ଯୋଡିମାନଙ୍କ ସହ ନିଜର ନୃତ୍ୟକଳା ଦ୍ୱାରା ଓଡ଼ିଶାର ଦର୍ଶକଙ୍କ ପାଇଁ ଆଣିବେ ଏକ ନୂତନ ଅନୁଭୂତି ।

ଏହି ଶୋ’କୁ ଲୋକ ପ୍ରିୟ ଆଙ୍କର ସୁଜିତ ପାଇକରାୟ ହୋଷ୍ଟ କରିବେ। ସମ୍ମାନିତ ବିଚାରକଙ୍କ ପ୍ୟାନେଲରେ ଦେବାଶିଷ ପାତ୍ର, ହରିହର ଦାସ, ଅମିତ ନାୟକ ଏବଂ ସୂର୍ଯ୍ୟମୟୀ ମହାପାତ୍ର ଅଛନ୍ତି ଯେଉଁମାନେ ଓଡ଼ିଆ ମନୋରଞ୍ଜନ ଏବଂ ନୃତ୍ୟ ଶିଳ୍ପ ଜଗତରେ ଅପ୍ରତିଦ୍ଵନ୍ଦୀ କଳାକାର।

ଏଥର ଏକ ସ୍ୱତନ୍ତ୍ର ସ୍ୱାଦ ଯୋଡିବେ, ଯୂଟ୍ଯୂବ୍ କମେଡି ସେନସେସନ୍ ରାଜୁ ଦାସ (ସାହୁ ବାବୁ ଫେମ) ଏବଂ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ମଞ୍ଚରେ ସାହୁ ଭେରାଇଟି ଷ୍ଟୋର ଏକ ମନୋରଞ୍ଜନକାରୀ ଖୋରାକ ଯୋଗାଇବା ସହ ସାହୁ ବାବୁ ଭରିବେ କମେଡିର ତଡକା ।ଥିମାଟିକ୍ ରାଉଣ୍ଡ ଏବଂ ଚମତ୍କାର ଷ୍ଟେଜ୍ ଡିଜାଇନ୍ ସହିତ ଏକ ବିଶାଳ ସ୍ତରରେ ସୁଟିଂ କରାଯାଇଛି ଏହି ସିଜିନ୍ ଯାହା ଓଡିଶାର ସବୁଠାରୁ ବଡ଼ ନୃତ୍ୟ ପ୍ରତିଯୋଗିତା ହେବ ସହ ଆକର୍ଷକ ହେବାର ପ୍ରତିଶ୍ରୁତି ଦେଉଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।

Leave A Reply

Your email address will not be published.