ବିପଦ ସଂକେତ ଟପିଲା ଜଳକା: ବନ୍ୟା ଆଶଙ୍କାରେ ଭୟଭୀତ ନଦୀକୂଳିଆବାସୀ

0

ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଚଳିତ ବର୍ଷ ପ୍ରଥମ ଥର ପାଇଁ ବୃଦ୍ଧି ପାଇଛି l ମଙ୍ଗଳବାର ମଥାନୀଠାରେ ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି l ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୬ମିଟରରେ ପହଞ୍ଚିଥିଲା। ଦିନ ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୦ ମିଟରରେ ପହଞ୍ଚିଛି l ଫଳରେ ବନ୍ୟା ଆଶଙ୍କା ଥିବାରୁ ନଦୀ କୁଳିଆବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି l ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ୩ ଦିନ ଧରି ଜଳକା ନଦୀର ଉପରମୁଣ୍ଡ ରାସଗୋବିନ୍ଦପୁର,ଶୁଳିଆପଦା,ମୋରଡା,ତିତ୍ରଡା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି l ଗତକାଲି ରାସଗୋବିନ୍ଦପୁର ଅଞ୍ଚଳରେ ୧୨୮ ମିମି ଓ ମୋରଡା ଅଞ୍ଚଳରେ ୫୩.୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି l ଫଳରେ ରାତି ଗୋଟାଏ ସମୟରେ ଜଳକାର ଜଳସ୍ତର ବିପଦ ସଂକେତ ଟପି ୫.୬୦ ମିଟରରେ ପ୍ରବାହିତ ହୋଇଥିଲା l ବସ୍ତା ଅଞ୍ଚଳରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି l ଯାହା ଫଳରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି l ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି l ଏବେ ଜୋରସୋର ଚାଷ କାମ ଚାଲିଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି l ଏ ବର୍ଷ ବସ୍ତା ଓ ସଦର ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ ବିଳମ୍ବିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ l ବିଳମ୍ବରେ ଚାଷୀ ଏବେ ମଧ୍ୟ ତଳି ପକାଇଛନ୍ତି l ଜଳସେଚ ପଏଣ୍ଟର ସୁବିଧା ଥିବା ଜମିରେ ରୁଆ କାର୍ଯ୍ୟ ସରିଛି। ଯଦି ବନ୍ୟା ହୁଏ ତାହାହେଲେ ତଳି ନଷ୍ଟ ହେବା ସହିତ ଏବେ ଏବେ ବିଭିନ୍ନ ଜଳଉତ୍ସରୁ ପାଣି ନେଇ ରୁଆ ଯାଇଥିବା ତଳି ପଚି ନଷ୍ଟ ହେବାର ଆଶଙ୍କା ଥିବାରୁ ଚାଷୀକୂଳ ଚିନ୍ତାରେ ରହିଛନ୍ତି l ଯଦି ବନ୍ୟା ହୁଏ ତାହାହେଲେ ବସ୍ତା ବ୍ଲକର ୮ ଟି ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି।

 

କାରାକାସ୍‌,୨୯ା୭ ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ଶାସକ ଓ ବିରୋଧୀ ଉଭୟ ବିଜୟୀ ହୋଇଥିବା ଦାବି କରିଛନ୍ତି। ସରକାରୀ ଭାବେ ଘୋଷିତ ଫଳାଫଳ ଉପରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ରଗୁଡ଼ିକ ସନ୍ଦେହ ବ୍ୟକ୍ତ କରିଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ସୋମବାର ନିଜକୁ ବିଜୟୀ ଦାବି କରିବା ଫଳରେ ନିର୍ବାଚନ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ୫୧% ଭୋଟ ସହ ମାଦୁରୋ ତୃତୀୟ ପାଳି ପାଇଁ ବିଜୟୀ ହୋଇଥିବା ନିର୍ବାଚନ କର୍ତ୍ତୃପକ୍ଷ ରବିବାର ମଧ୍ୟରାତ୍ରରେ ଘୋଷଣା କରିଥିଲେ। ତେବେ ନିରପେକ୍ଷ ଏକ୍‌ଜିଟ୍‌ ପୋଲ୍‌ ଗୋଞ୍ଜାଲେଜ୍‌ଙ୍କ ସପକ୍ଷରେ ମତ ଦେଇଛି। ଗୋଞ୍ଜାଲେଜ୍‌ଙ୍କୁ ୭୦ ପ୍ରତିଶତ ଭୋଟ ମିଳିଥିବା ବିରୋଧୀ ନେତା ମାରିଆ କୋରିନା ମାଚାଡୋ ଦାବି କରିଛନ୍ତି।

Leave A Reply

Your email address will not be published.