ନୂଆଦିଲ୍ଲୀ (ଆମ ଟିଭି): ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ । ଏହାରି ଭିତରେ ସମାଜବାଦୀ ପାର୍ଟିକୁ ବଡ ଝଟକା ଲାଗିଛି । ଶନିବାର ଦିନ ଦଳର ବରିଷ୍ଠ ନେତା ଦାରା ସିଂ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଗତବର୍ଷ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ଦାରା ସିଂ ଚୌହାନ ଏବେ ଦିଲ୍ଲୀରେ ଅଛନ୍ତି । ଆକଳନ କରାଯାଉଛି କି ସେ ଖୁବଶୀଘ୍ର ପୁଣି ବିଜେପିରେ ଯୋଗ ଦେଇପାରନ୍ତି ।
ହେଲେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଦାରା ସିଂ ବିଜେପି ଉପରେ ଖୁବ୍ ବର୍ଷିଥିଲେ । ସେତେବେଳେ ସେ କହିଥିଲେ କି ବିଜେପିର ସବକା ସାଥ୍ ସବକା ବିକାଶ କେବଳ ନାରା । କିନ୍ତୁ ବିଜେପି ସମସ୍ତଙ୍କ ସାଥିରେ ରହି କେବଳ କିଛି ଲୋକଙ୍କ ବିକାଶ ପାଇଁ କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ ।