ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରକୁ ଯିବା ପାଇଁ ଯଦି ଆପଣ ଯୋଜନା କରୁଥାନ୍ତି, ତାହେଲେ ଆପଣଙ୍କ ପାଇଁ ଏହି ଖବର ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଆସନ୍ତାକାଲି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ବୁଧବାର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।
ଦ୍ୱିତୀୟ ଭୋଗ ଶେଷ ପରେ ବନକଲାଗି ନୀତି ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ମଙ୍ଗଳବାର ଅପରାହ୍ଣ ୪ଟାରୁ ରାତି ୮ଟା ଯାଏଁ ୪ ଘଣ୍ଟା ସର୍ବ ସାଧାରଣଙ୍କ ଦର୍ଶନ ବନ୍ଦ ରହିବ।