ରାଜ୍ୟସଭାରେ ତଥ୍ୟ ସୁରକ୍ଷା ବିଲ୍ ପାରିତ

0

ନୂଆଦିଲ୍ଲୀ (ଆମ ଟିଭି): ଡେଟା ପ୍ରୋଟେକ୍ସନ ବିଲ୍‌, ୨୦୨୩ ରାଜ୍ୟ ସଭାରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଖୁବ ଶିଘ୍ର ଏହା ଆଇନରେ ପରିଣତ ହେବ । କେନ୍ଦ୍ର ସରକାର ଆଣିଥିବା ଏହି ବିଲ୍‌ରେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକରେ ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ତଥ୍ୟର  ଦୁରୁପଯୋଗ ରୋକାଯାଇ ପାରିବ । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରସ୍ତାବ କହିଛନ୍ତି, ଏହି ବିଲ୍‌ ଡିଜିଟାଲ ସର୍ଭିସ ବ୍ୟବହାର କରୁଥିବା ଲୋକଙ୍କୁ ନୂଆ ଅଧିକାର ପ୍ରଦାନ କରିଛି।

ନାଗରିକଙ୍କ ଡେଟା ସଂଗ୍ରହ ଓ ପ୍ରକ୍ରିୟାକରଣ କରୁଥିବା ଘରୋଇ ତଥା ସରକାରୀ ସଂସ୍ଥାଗୁଡ଼ିକୁ ଏଥିରେ ଉତ୍ତରଦାୟୀ କରାଯାଇଛି। ଭାରତୀୟ ନାଗରିକମାନଙ୍କ  ଗୋପନୀୟତା ଅଧିକାରକୁ ଏହିବିଲ୍‌ ସରକ୍ଷା ପ୍ରଦାନ କରିବ। ଏହାକୁ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାକୁ ୨୫୦ କୋଟି ଟଙ୍କା ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

Leave A Reply

Your email address will not be published.