ଭୁବନେଶ୍ବର (ଆମ ଟିଭି): ଯୁବନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶେଷରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି l ସବୁପ୍ରଶ୍ନର ଅନ୍ତ ଘଟାଇ ୧୨ ତାରିଖ ଦିନ ମେରେଜ ଡେଷ୍ଟିନେଶନ କୁହାଯାଉଥିବା ଗୋଆରେ ବିବାହ କରିବେ ପ୍ରଦୀପ ମାଝୀ l
ତାଙ୍କ ଭାବି ପତ୍ନୀଙ୍କ ନାଁ ହେଉଛି ଶୁଶ୍ରୀ ସଙ୍ଗୀତା ସାହୁ, ସେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠ ପଢିଛନ୍ତି । ଏହାସହ ଅନେକ ଗଣମାଦ୍ୟମରେ ମଧ୍ୟ କାମ କରି ସାରିଛନ୍ତି । ତାଙ୍କ ଘର ହେଉଛି କେନ୍ଦ୍ରାପଡ଼ା । ପ୍ରଦୀପ ମାଝୀ ତାଙ୍କ ଅତି ଘନିଷ୍ଠ ୩୦ ରୁ ୩୫ ଲୋକହିଁ ବିବାହ ଉତ୍ସବରେ ଯୋଗଦେବାର ନେଇ ଖବର ରହିଛି l ପ୍ରଦୀପ ମାଝୀଙ୍କ ଘନିଷ୍ଠ ମାନେ ଆସନ୍ତାକାଲି ଗୋଆ ଅଭିମୁଖେ ବାହାରିବେ l ଏହି ବିବାହକୁ ପ୍ରଦୀପ ମାଝୀ ଅତି ଗୋପନୀୟ ରଖିବାପାଇଁ ଚାହିଁଛନ୍ତି l ଅବଶ୍ୟ ବିବାହ ସମ୍ପନ୍ନ ହେବାପରେ ନବରଙ୍ଗପୁର ଫେରିଲେ ବିବାହ ରିସେପସନ ପାର୍ଟି କରିବେ ବୋଲି ଶୁଣାଯାଉଛି l ଆଉ ଶେଷରେ ପ୍ରଦୀପ ମାଝୀ ଲଙ୍ଗ ଟାଇମ ବେଚଲରରୁ ମୁକ୍ତି ପାଇବାକୁ ଯାଉଛନ୍ତି l
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଓଡ଼ିଶାରେ ନେତାଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାର୍ଚ୍ଚ ୪ ତାରିଖ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।