ଅମରନାଥ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ; ଏବର୍ଷ ରହିଛି ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା

0

ଭୁବନେଶ୍ବର (ଆମ ଟିଭି): ବାବା ଅମରନାଥ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ମାତା ବୈଷ୍ଣୌଦେବୀ ସାଇନବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା କରିପାରିବେ ଶ୍ରଦ୍ଧାଳୁ । ଏହି ଯାତ୍ରା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି ।

ପ୍ରତିବର୍ଷ କେଦାରନାଥ ଯାତ୍ରା ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଗତବର୍ଷ ଏହା ଜୁନ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଅର୍ଥାତ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିଥିଲା । ପହଲଗାମ ମାର୍ଗରୁ ଆରମ୍ଭ ହୋଇ ଶ୍ରଦ୍ଧାଳୁମାନେ ୪୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି । ସେପଟେ ବାଲଟାଲ ମାର୍ଗରେ ଗଲେ ଶ୍ରଦ୍ଧାଳୁଙ୍କୁ ମାତ୍ର ୧୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ହେଲେ ଏହି ରାସ୍ତା ଅତି କଠିନ ବୋଲି ଶ୍ରଦ୍ଧାଳୁମାନେ ଯିବାକୁ ରାଜି ହୋଇନଥାନ୍ତି । ଆଜିର ବୈଠକରେ ସାଇନବୋର୍ଡର ଚେୟାରମ୍ୟାନ ତଥା ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ଡିଜିପି ନଳୀନ ପ୍ରଭାତ, ମୁଖ୍ୟ ସଚିବ ଅଟଳ ଢୁଲ୍ଲୁ ସମେତ ଅନେକ ଅଧିକାରୀ ସାମିଲ ଥିଲେ ।

Leave A Reply

Your email address will not be published.