DAV ଇଂରାଜୀ ମିଡିୟମ ରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଓଡ଼ିଆ ସିନେମା ଦେଖି ପ୍ରବନ୍ଧ ପ୍ରତିଯୋଗୀତା
ଭୁବନେଶ୍ୱର (ଆମ ଟିଭି): ସାରା ଓଡିଶା ରେ ଥିବା 63 DAV school ର 75000 ଛାତ୍ରଙ୍କୁ ଅନନ୍ତା ଦେଖାଇବାକୁ ସର୍କୁଲାର ଜାରି କରିଛନ୍ତି DAV School Network ର ରିଜିଓନାଲ ଡାଇରେକ୍ଟୋର DR K C Satapathy. ଅନନ୍ତା ସିନେମା ରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟ ଓ ଓଡ଼ିଆ ସଂସ୍କୃତି ର ପୁରୁଣା କଥା ଆଜିର ପିଲାଙ୍କ ପାଖରେ ପହଞ୍ଚିବା ପାଇଁ ଏହିପରି ଏକ ଉଦ୍ୟମ କରିଥିବା ସେ ପ୍ରକାଶ କରିଛନ୍ତି।

ପିଲାମାନେ ସିନେମା ଦେଖି ସାରିଲା ପରେ ସିନେମା ରୁ କଣ ଶିଖିଲେ ନିଜେ ଲେଖି ତାକୁ ନିଜ Class Teacher ଙ୍କ ପାଖେ submit କରିବାକୁ circular ରେ ଲେଖା ଯାଇଚି।

DAV ତରଫରୁ ଶ୍ରେଷ୍ଠ ପାଞ୍ଚଟି ଲେଖାକୁ , ଆଗାମୀ ଅଗଷ୍ଟ ମାସରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏକ ଭବ୍ୟ ସଭାରେ ପୁରସ୍କୃତ କରାଯିବା ସହ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରଙ୍କୁ ଅନନ୍ତା ଚଳଚ୍ଚିତ୍ର ଟିମ୍ ତରଫରୁ Cultural Ambassador award ପ୍ରଦାନ କରାଯିବ। ଚନ୍ଦ୍ରଶେଖରପୁର DAV school campus ରେ ଏକ Press Meet କରି ଏହି ସୂଚନା ଦିଆଯାଇଛି। ଅନନ୍ତା ସିନେମା ର ପୁରା ଟିମ୍ ପାଇଁ ଏହା ଏକ ବିରଳ ଓ ଆନନ୍ଦଦାୟକ ମୁହୂର୍ତ୍ତ ।