ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍। କିଛି ଦିନ ତଳେ ଦାଉଦକୁ ବିଷ ଦିଆଯାଇଥିବା ଖବର ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଦାଉଦ ଇବ୍ରାହିମର ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ପୈତୃକ ଘର ଶୁକ୍ରବାର ନିଲାମ ହେବ। ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ଏହି ନିଷ୍ପତ୍ତି ନେଇଛି। ଏହାର ନିଲାମୀ ମୂଲ୍ୟ ୧୯ ଲକ୍ଷ ୨ ହଜାର ଟଙ୍କା ରହିଛି।
ପୂର୍ବରୁ ୨୦୧୭ ଓ ୨୦୨୦ ମସିହାରେ ଦାଉଦର ୧୭ଟି ସମ୍ପତ୍ତିକୁ ନିଲାମ କରାଯାଇଥିଲା। ନିଲାମ ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ଦାଉଦର ମାଆ ଅମିନାଙ୍କର ମଧ୍ୟ କିଛି ସମ୍ପତ୍ତି ରହିଥିବା ସୂଚନା ମିଳିଛି। ତେବେ ଏହି ନିଲାମ ପ୍ରକ୍ରିୟା ବେଳେ କେତେଲୋକ ଏଥିରେ ସାମିଲ ହେବେ, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନି।