ଡିସିବି ପ୍ରିମିଅର ଲିଗ ସିଜନ – ୧

0

ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନରେ ପହଁଚିଛି l ଆଜି ପଞ୍ଚମ ମ୍ୟାଚ ରେ ଆଇ ଏସ ୟୁ କିଟ ଦଳ ମଧ୍ୟରେ ହୋଇଥିଲା l ଆଇ ଏସ ୟୁ ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତ୍ତି ନେଇଥିଲା l କିଟ୍ କୋଡିଏ ଓଭର ବିନିମୟ ରେ ରେ ସମୁଦାୟ ୧୧୨ ରନ୍ ସଂଗ୍ରହ କରିଥିଲା l ବିପକ୍ଷ କିଟ ଦଳ 140 ରନ୍ କରି ବିଜୟୀ ହୋଇଥିଲେ l ୭୫ ରନ୍ କରି ଅନିଲ ରାଉତ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ l ଷଷ୍ଠ ମ୍ୟାଚ ରେ ଡ଼ିସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭର ରେ ଏକ ଶହ ଅଣାଅଶି ରନ୍ କରି ବିପକ୍ଷ ଦଳ ଫିଜିଓ ୧୧ କୁ ପରାଜିତ କରିଥିଲା l ଦୁଇଟି ଯାକ ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା l ଡିସିବି ବ୍ୟାଙ୍କ ର ଏଭଳି ପଦକ୍ଷେପ କୁ ସ୍ଥାନୀୟ ଦର୍ଶକ ମାନେ ଭୁରି ଭୁରି ପ୍ରଶଂସା କରୁଥିଲେ l 

ଆୟୋଜକ ଙ୍କ କହିବା ଅନୁସାରେ ଆଗକୁ ଥିବା ମ୍ୟାଚ ଗୁଡିକ

ଦ୍ଵିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ରେଲୱେ ଷ୍ଟାଡ଼ିଅମ, ମଞ୍ଚେଶ୍ୱରଠାରେ ହେବ l ଆସନ୍ତା ୨୯ ଜାନୁଆରୀ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ର ଖୁବ ସୁନ୍ଦର ପରିକଳ୍ପନା ତଥା ଆୟୋଜକ ଡିସିବି ର ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟ ଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ l ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟ ର ଢେର ପ୍ରଶଂସା କରିବା ସହିତ ମିଡ଼ିଆ କୁ ତଥ୍ୟ ପ୍ରଦାନ କରିଥିଲେ l

Leave A Reply

Your email address will not be published.