*ଡିସିବି ପ୍ରିମିଅର ଲିଗ ସିଜନ – ୧ ଉଦଯାପିତ*

0

ଭୁବନେଶ୍ୱର :ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରାୟ ଦେଢ଼ ମାସ ଧରି ଚାଲିଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ (ଆଇ ଏଏସ), ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର, (ଓପିଜିସି), ଶ୍ରୀଯୁକ୍ତ ଅଶ୍ୱିନୀ ବିୟାଲା (ଏଚଡିଏଫସି ଲାଇଫ ମୁଖ୍ୟ), ଶ୍ରୀଯୁକ୍ତ ସତ୍ୟଜିତ ମହାନ୍ତି (ଭିପି କ୍ୱାଲିଟି ଇନ୍ଫୋସିସ) ଏବଂ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ରଥ (ଡି ସି ବି ବ୍ରାଞ୍ଚ ବ୍ୟାଙ୍କିଙ୍ଗ ମୁଖ୍ୟ) ଯୋଗ ଦେଇଥିଲେ । ଆଜି ଉଦଯାପନୀ ଦିବସ ଫାଇନାଲ ମ୍ୟାଚରେ ଇନ୍ଫୋସିସ ଏବଂ ଡିସିବି ବ୍ୟାଙ୍କ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଇନ୍ଫୋସିସ ଦଳ ଟସ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତ୍ତି ନେଇଥିଲା । ଡିସିବି ବ୍ୟାଙ୍କ ଦଳ କୋଡିଏ ଓଭର ରେ ୫ ଟି ୱିକେଟ ହରାଇ ସମୁଦାୟ 134 ରନ୍ ସଂଗ୍ରହ କରିଥିବା ବେଳେ ବିପକ୍ଷ ଇନ୍ଫୋସିସ ଦଳ 19.3 ଓଭର ରେ ୬ ୱିକେଟ ହରାଇ ୧୩୫ ରନ୍ କରି ସିଜିନ ୧ ର ଚମ୍ପିୟାନ ହୋଇଛନ୍ତି । ଇନ୍ଫୋସିସ ଦଳର ପାର୍ଥ ସାମଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ଡିସିବି ବ୍ୟାଙ୍କ ଦଳର ଦେବ କଲ୍ୟାଣ ମ୍ୟାନ ଅଫ ଦି ସିରିଜ ହେବା ସହିତ ଶ୍ରେଷ୍ଠ ବୋଲର ଘୋଷଣା ହୋଇଥିଲେ । ସେହିପରି ଡିସିବି ବ୍ୟାଙ୍କ ଦଳର ଦେବରାଜ କର ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ହୋଇଥିବା ବେଳେ ଇନ୍ଫୋସିସ ଦଳର ପ୍ରଭିନ କୁମାର ଶ୍ରେଷ୍ଠ ଫିଲଡର ବିବେଚିତ ହୋଇଥିଲେ ।
ଆଜିର ଫାଇନାଲ ମ୍ୟାତ ଦେଖିବା ପାଇଁ ଅନେକ କ୍ରିକେଟ ପ୍ରେମୀ ଦର୍ଶକ ଋଣ୍ଡ ହୋଇଥିଲେ ।

ଫାଇନାଲ ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା । ଡିସିବି ବ୍ୟାଙ୍କ ର ଆୟୋଜକ ଙ୍କ କହିବା କଥା ଏବର୍ଷ ଆରମ୍ଭ, ଏମିତି ଆଗକୁ ପ୍ରତ୍ୟେକ ବର୍ଷ ଖୁବ ସୁନ୍ଦର ପରିକଳ୍ପନା ସହିତ ଆୟୋଜନ କରିବ ଡିସିବି ବ୍ୟାଙ୍କ । ଆଯୋଜକ ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟ ଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ରହି ସମସ୍ତ କର୍ପୋରେଟ ସେକ୍ଟର ର ମୁଖ୍ୟ ତଥା ସହଯୋଗୀ ଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟ ର ଢେର ପ୍ରଶଂସା କରିବା ସହିତ ମିଡ଼ିଆ କୁ ତଥ୍ୟ ପ୍ରଦାନ କରିଥିଲେ । ସମସ୍ତ ମୁଖ୍ୟ ଅତିଥି ଦ୍ୱାରା “ଡିସିବି ପ୍ରିମିୟର ଲିଗ ସିଜନ ୧” ର ଚମ୍ପିୟାନ ଟ୍ରଫି ଇନ୍ଫୋସିସ ଦଳକୁ ପ୍ରଦାନ କରାଯାଇଥିଲା । ଡିସିବି ବ୍ୟାଙ୍କ ର ଏମିତି ଏକ ପଦକ୍ଷେପ ପାଇଁ ଉପସ୍ଥିତ ଅତିଥି ଗଣ ଖୁବ ପ୍ରଂଶସା କରିଥିଲେ ।

Leave A Reply

Your email address will not be published.