ଇସ୍କନ କୁ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ ଲାଇନ; ଅଦିନିଆ ରଥଯାତ୍ରା ବନ୍ଦ ନକଲେ ମାର୍ଚ୍ଚ ପରେ ଆଇନର ଆଶ୍ରୟ : ଗଜପତି

0

ଭୁବନେଶ୍ୱର (ଆମ ଟିଭି): ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ ସାମ୍ବାଦିକ ସମ୍ମିଳନୀ। ହଷ୍ଟନ ଓ ନାଇଜେରିଆର ହେଉଛି ରଥଯାତ୍ରା । ଆସନ୍ତା ୯ରେ ଇସ୍କନ ପକ୍ଷରୁ ଆୟୋଜିତ ହୋଇଛି ରଥଯାତ୍ରା । ‘ଇସ୍କନ ପକ୍ଷରୁ ପ୍ରଥମେ ୧୯୬୭ ହୋଇଥିଲା ରଥଯାତ୍ରା’

‘ଆମେରିକାର ସାନଫ୍ରାନ୍ସିକୋରେ ପ୍ରଥମେ ହୋଇଥିଲା’ ‘ତାପରଠୁ ସାରା ବିଶ୍ବରେ ଇସ୍କନ ଦ୍ବାରା ରଥଯାତ୍ରା ହେଉଛି’ ‘ଦୁଃଖର କଥା ଇସ୍କନ ଜଗନ୍ନାଥ ପରମ୍ପରାକୁ ଉଲଂଘନ କରୁଛି’ ‘ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିର ଉଲଂଘନ’ । ‘୧୯୯୦ ପରଠୁ ଇସ୍କନ ସହ ଆଲୋଚନା କରୁଛୁ, ଫଳ ଶୂନ’ ।

‘୨୦୨୧ ପରଠୁ ଭାରତରେ ଅଦିନିଆ ରଥଯାତ୍ରା ହେଉନାହିଁ’। ‘ଆମ ଚିଠି ପାଇଁ ହଷ୍ଟନରେ ସ୍ନାନଯାତ୍ରା ବାତିଲ ହୋଇଛି’। ‘ମାର୍ଚ୍ଚରେ ବୈଠକ ଅଛି, ସେତେ ଯାଏଁ ଅପେକ୍ଷା କରିବୁ’ । ଧାର୍ମିକ କଥା ମାନିବେ ବୋଲି ମୋର ବିଶ୍ବାସ କହିଛନ୍ତି ଗଜପତି ମହାରାଜ। ବାରଣ ସ୍ବତ୍ତେ ନମାନିଲେ କୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି ।

ସ୍କନ୍ଦ ପୁରାଣ ଯାହା ବେଦବ୍ୟାସ ରଚିତ ଗ୍ରନ୍ଥର ଉଲଂଘନ’। ‘ସ୍କନ୍ଦ ପୁରାଣକୁ ଜଗନ୍ନାଥ ସଂସ୍କୃତିର ମୂଳ ଆଧାର କୁହାଯାଏ। ‘୨୦୦୭ରେ ବି ଆମର ବାରଣ ସ୍ବତ୍ତେ ଲୁଧିଆନାରେ କଲେ’। ‘ସ୍ନାନ ଓ ରଥଯାତ୍ରା ପାଇଁ ଜଗନ୍ନାଥ ନିଜେ ଘୋଷଣା କରିଛନ୍ତି’। ‘ମହାପ୍ରଭୁ ଘୋଷଣା କରିଥିବା କଥାର ବ୍ୟତିକ୍ରମ ହେବା କଥା ନୁହେଁ’ ‘କିନ୍ତୁ ରଥଯାତ୍ରା ପାଇଁ ହଷ୍ଟନ ଆୟୋଜନ ଜାରି ରଖିଛି’।

Leave A Reply

Your email address will not be published.