ନନ୍ଦନକାନନରେ ଅନାକୋଣ୍ଡାର ମୃତ୍ୟୁ

0

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। । ଏକ ୧୪ ମାସର ଅନାକୋଣ୍ଡା ସାପର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ବର୍ତ୍ତମାନ ଆନାକୋଣ୍ଡାଙ୍କ ସଂଖ୍ୟା ୯କୁ ହ୍ରାସ ପାଇଥିବା ନେଇ ନନ୍ଦକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କିଛି ଦିନ ହେବ ଆନାକୋଣ୍ଡାଟି ଅସୁସ୍ଥ ହୋଇ ପଡ଼ିଥିଲା। ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ। ଗତକାଲିଠୁ ଆନାକୋଣ୍ଡାଟି ଖାଦ୍ୟ ଗ୍ରହଣ କରୁ ନଥିଲା। ଏହାସହ ବୁଲାବୁଲି କରି ନପାରି ଗୋଟିଏ ସ୍ଥାନରେ ପଡି ରହିଥିଲା। ଆଜି ସକାଳେ ଆନାକୋଣ୍ଡାଟିର ମୃତ୍ୟୁ ଘଟିଛି।

Leave A Reply

Your email address will not be published.