ପ୍ରଦାନମନ୍ତ୍ରୀ ସୁରକ୍ଷାରେ ଥିବା ଅରୁଣ ସିହ୍ନାଙ୍କ ପରଲୋକ

0

ନୂଆଦିଲ୍ଲୀ :ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି । ପ୍ରକାଶ ଯେ, ୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କେରଳ କ୍ୟାଡରର ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସିହ୍ନାଙ୍କୁ ନିର୍ଦ୍ଦେଶକ, ଏସପିଜି ଭାବରେ ଏକ ବର୍ଷ ବୃଦ୍ଧି କରାଯାଇଥିଲା ।

ମାର୍ଚ୍ଚ ୨୦୧୬ ଠାରୁ ଅରୁଣ କୁମାର ସିହ୍ନା ଏସପିଜି ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ । ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ଦାୟୀ ।
ଅରୁଣ କୁମାର ସିହ୍ନା କେରଳର ପୋଲିସ୍‌ ସ୍ପ?ଶାଲ୍‌ ସର୍ଭିସେସ୍‌ ଏବଂ ଟ୍ରାଫିକ୍‌ ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଏହା ପରେ ହିଁ ତାଙ୍କୁ କେନ୍ଦ୍ରକୁ ଡେପୁଟେସନ ଡକାଯାଇଥିଲା । ସେ ଏକ ବର୍ଷ ସୀମା ସୁରକ୍ଷା ବଳ (ବିଏସଏଫ) ରେ ମଧ୍ୟ କାର୍ଯ୍ୟ କରିଥିଲେ । ଏକେ ସିହ୍ନା ସମଗ୍ର ଦେଶରେ ପୋଲିସ୍‌ ଫୋର୍ସରୁ ମନୋନୀତ ପ୍ରାୟ ୩୦୦୦ କ୍ରାକ୍‌ କମାଣ୍ଡୋଙ୍କ ଏକ ଦଳର ନେତୃତ୍ୱ ନେଇଛି ।

Leave A Reply

Your email address will not be published.