ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ

0

ଭୁବନେଶ୍ୱର(ଆମ ଟିଭି): ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ ରେଞ୍ଜ ଅଧିନ ଦୁଦୁରୁଚମ୍ପାରୁ ମୃତଦେହ ଉଦ୍ଧାର କରାଯାଇଛି । ବନ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ଗତ ୫ ତାରିଖ ସଂଧ୍ୟାରେ ମହାବଳର ମୃତଦେହ ଉଦ୍ଧାର କରିଛନ୍ତି ।
ମୃତ ବାଘର ବୟସ ସାଢେ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

Leave A Reply

Your email address will not be published.