ସୁପରଷ୍ଟାର ମହେଶ ବାବୁଙ୍କ ମା’ ଇନ୍ଦିରା ଦେବୀଙ୍କ ପରଲୋକ

0

ମୁମ୍ଵାଇ (ଆମ ଟିଭି): ବଲିଉଡ ଜଗତରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ମେଗା ସୁପରଷ୍ଟାର ମହେଶ ବାବୁଙ୍କ ମା ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ପରିବାର ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ସେ ଆଜି ସକାଳ ପ୍ରାୟ ୪ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହେଶ ବାବୁଙ୍କ ମା ଇନ୍ଦିରା ଦେବୀ ଗତ କିଛି ମାସ ଧରି ଅସୁସ୍ଥ ଥିଲେ।

କିଛି ମାସ ଧରି ଅସୁସ୍ଥ ଥିବା ସୁପରଷ୍ଟାର ମହେଶ ବାବୁଙ୍କ ମା ଇନ୍ଦିରା ଦେବୀ ସେପ୍ଟେମ୍ବର ୨୮ରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ଘଟଣା ସମ୍ପର୍କରେ ମହେଶ ବାବୁଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି। ଏହି କଷ୍ଟ ସମୟରେ ସେ ତାଙ୍କୁ ଦୃଢ ରହିବାକୁ କହିଛନ୍ତି। ପ୍ରଶଂସକଙ୍କ ବ୍ୟତୀତ ଦକ୍ଷିଣ ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ଟ୍ୱିଟ୍ କରି ମହେଶ ବାବୁଙ୍କ ମା’ଙ୍କ ମୃତ୍ୟୁକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Leave A Reply

Your email address will not be published.