ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ

0

ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।

ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ ମେହେର। ସମାନ୍ତରାଳ ଫିଲ୍ମରେ ସେ ଜଣେ ପ୍ରମୁଖ ଅଭିନେତା ଥିଲେ। ହିନ୍ଦୀ ଫିଲ୍ମରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଓଡ଼ିଆ ଫିଲ୍ମ କରିଥିଲେ। ଅଙ୍କୁର, ମୃଗୟା, ଭୁବନ ସୋମ୍ ଓ ମନ୍ଥନରେ ସାଧୁ ମେହେର ନିଖୁଣ ଅଭିନୟ କରିଥିଲେ।

୧୯୬୯ରେ ରିଲିଜ୍ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନ ସୋମ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ। ୧୯୭୪ ମସିହାରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ଅଙ୍କୁର। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପରେ ପରେ ସେ ନିଶାନ୍ତ (ଅତିଥି କଳାକାର), ମନ୍ଥନ, ବାଲି ଘର, ଇନ୍‌କାର, ସଫେଦ ହାତୀ, ଅଭିମାନ, ମୃଗୟା, ଶୀତ ରାତି, ଭୁଖା (ସମ୍ବଲପୁରୀ ଫିଲ୍ମ), ୧୫ଟି ଭାଷାରା ନିର୍ମିତ ଫିଲ୍ମ ଜୟ ଜଗନ୍ନାଥ ଆଦିରେ ଅଭିନୟ କରିଥିଲେ। ଅଭିମାନ ଓ ଆଉ କିଛି ଫିଲ୍ମର ସେ ନିର୍ଦେଶନା ମଧ୍ୟ ଦେଇଥିଲେ।

Leave A Reply

Your email address will not be published.