ନୂଆଦିଳ୍ଲୀ(ଆମ ଟିଭି): ଗୋଟିଏ ପଟେ ମହାରାଷ୍ଟ୍ର NCP ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ । ହ୍ୱାଟ୍ସଆପ୍ ଗ୍ରୁପ୍ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି । ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ହେଲା ଆଜମେର୍ । ସେ ଜିନ୍ଦ ଜିଲ୍ଲାସ୍ଥିତ ଦେବାରର ଗାଁର ମୂଳ ବାସିନ୍ଦା । ଜିନ୍ଦ ଏପ୍ପି କହିଛନ୍ତି ଆଜ୍ମେର ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ବେଳେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ହତ୍ୟା ଧମକ ଦେଇଥିଲା । ଯେତେବଳେ ଏହି ଖବର ପୋଲିସ ପାଖରେ ପହଞ୍ଚିଲା, ସେତେବେଳେ ତୁରନ୍ତ ଏନେଇ ଥାନାରେ ଏକ ମାମଲା ରୁଜୁ କରାଗଲା ଆଉ ଆଜ୍ମେରକୁ ଗିରଫ କରାଗଲା ।