ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶରେ ଭୟଙ୍କର ବସ ଦୁର୍ଘଟଣା ହୋଇଛି। ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା ଘଟି ଯାତ୍ରୀବାହୀ ବସ ପୋଡିଯିବା ଘଟଣାରେ ମୃତ୍ୟୁ ସଂଖ୍ୟଶ ୧୩କୁ ବୃଦ୍ଧି ପାଇଛି । ଏବେବି ଏକାଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଡମ୍ପର ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାପରେ ବିସ୍ଫୋରଣ ଘଟି ବସଟି ହୁ ହୁ ହୋଇ ଜଳି ଉଠିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଏବଂ ନିଆଁ ଆଖିପିଛୁଳାକେ ବ୍ୟାପୀଯିବାରୁ ଯାତ୍ରୀ ହଠାତ୍ ବସରୁ ବାହାରିବା ସମ୍ଭବ ହୋଇନଥିଲା ଫଳରେ ଘଟଣା ସ୍ଥଳରେ ୧୧ଜଣ ଜୀବନ୍ତ ଦଗ୍ଧ ହୋଇଯାଇ ପ୍ରାଣ ହରାଇଥିଲେ । ପାଖାପାଖି ୧୪ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । । ବସ୍ର ୧୨ଜଣଙ୍କ ସମେତ ଡମ୍ପର ଡ୍ରାଇଭରଙ୍କ ଘଟଣାରେ ମୃତ୍ୟୁ ହୋଇଛି ।