ଚୀନରେ ପ୍ରଥମ ଥର ପାଇଁ ଜନସଂଖ୍ୟାକୁ ଟପିଲା ମୃତ୍ୟୁ ସଂଖ୍ୟା

0

ନୂଆଦିଲ୍ଲୀ (ଆମ ଟିଭି): ଚୀପରେ ଏବେ କରୋନା ସ୍ଥିତି ସାଙ୍ଘାତିକ । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଚୀନ ଜନସଂଖ୍ୟାରେ ଐତିହାସିକ ହ୍ରାସ ହୋଇଛି। ୬୦ ବର୍ଷରେ ପ୍ରଥମ ଥର ଜନସଂଖ୍ୟାକୁ ଟପିଲା ମୃତ୍ୟୁ ସଂଖ୍ୟା । ବିଦେଶୀଙ୍କୁ ବାଦ୍ ଦେଇ ଚୀନ୍ର ଜନସଂଖ୍ୟା ୨୦୨୨ରେ ୮୫୦,୦୦୦ ହ୍ରାସ ପାଇ ୧୪୧ କୋଟିରେ ପହଞ୍ଚିଛି ବୋଲି ଷ୍ଟାଟିଷ୍ଟିକ୍ସ ବ୍ୟୁରୋ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁସାରେ, ମୂଳ ଚୀନ୍ର ଜନସଂଖ୍ୟା ୨୦୨୧ ଶେଷସୁଦ୍ଧା ୪୮୦,୦୦୦ ବୃଦ୍ଧି ପାଇ ୧୪୧ କୋଟି ହୋଇଥିଲା । ୨୦୨୧ରେ ନୂତନ ଜନ୍ମହାର ୧୩ ପ୍ରତିଶତ କମିଥିବା ବେଳେ ୨୦୨୦ରେ ଏହା ୨୨ ପ୍ରତିଶତ ହ୍ରାସ ପାଇଥିଲା । ଇତିମଧ୍ୟରେ ଦେଶର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡିସେମ୍ବର ୮, ୨୦୨୨ରୁ ଜାନୁଆରି ୧୨, ୨୦୨୩ ଭିତରେ କୋଭିଡ୍-୧୯ ସଂକ୍ରମଣ ହେତୁ ପ୍ରାୟ ୬୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି ।

ପୂର୍ବରୁ ଚୀନ୍ ରିପୋର୍ଟ କରିଥିଲା ଯେ, ୧୯୬୦ ଦଶକରେ ଦେଶରେ ଜନସଂଖ୍ୟାର ବିଯୁକ୍ତାତ୍ମକ ବୃଦ୍ଧି ଘଟିଥିଲା । ଚୀନ୍ର ଏକ ସନ୍ତାନ ନୀତିର ସମାଲୋଚକ ତଥା ‘ବିଗ୍ କଣ୍ଟ୍ରି ୱିଥ୍ ଆନ୍ ଏମ୍ପ୍ଟି ନେଷ୍ଟ’ ପୁସ୍ତକର ଲେଖକ ୟି ଫୁକ୍ସିଆନ ଏହି ସୂଚନା ଦେଇଚନ୍ତି । ଜନସଂଖ୍ୟାରେ ଏହି ହ୍ରାସ ଚୀନ୍ରେ ଜନସାଂଖ୍ୟିକ ସଂକଟର ସୂଚକ ହୋଇପାରେ। ଗତବର୍ଷ ଜନ୍ମହାରଠାରୁ ମୃତ୍ୟୁହାର ଅଧିକ ହୋଇଥିଲା, ଯାହା ୬୦ ବର୍ଷରେ ପ୍ରଥମ । ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ ୨୦୨୨ରେ ଚୀନ୍ରେ ୯୫.୬ ଲକ୍ଷ ପିଲା ଜନ୍ମଗ୍ରହଣ କରିଥିବା ବେଳେ ୧୦୪.୧ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.