ସୁଟିଂ ବେଳେ ଅସୁସ୍ଥ ହେଲେ ଦୀପିକା ପାଦୁକୋନ୍, ହସ୍ପିଟାଲରେ ଭର୍ତ୍ତି

0

ହାଇଦ୍ରାବାଦ(ଆମ ଟିଭି): ହାଇଦ୍ରାବାଦରେ ଆଗାମୀ ଫିଲ୍ମ ପାଇଁ ସୁଟିଂ ବେଳେ ଅସୁସ୍ଥ ହୋଇପଡିଲେ ବଲିଉଡର ଷ୍ଟାର ଆକ୍ଟର ଦୀପିକା ପାଦୁକୋନ୍। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଦୀପିକାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।

ସୂଚନା ଅନୁସାରେ, ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହିତ ନିଜର ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ହାଇଦ୍ରାବାଦରେ ସୁଟିଂ କରୁଥିଲେ । ତେବେ ଏତିକି ବେଳେ ତାଙ୍କର ହାର୍ଟ ବିଟ୍ ହଠାତ୍ ବଢିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦର କାମିନେନି ହସ୍ପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଚେକଅପ୍ କରାଯାଇଥିଲା। ଏବେ ସେ ବିଶ୍ରାମ ନେଉଥିବା ବେଳେ ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.