ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକଙ୍କୁ ୪ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ
ନୂଆଦିଲ୍ଲୀ: ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକଙ୍କୁ ଆଇପିଏଲ ୨୦୨୪ ନିଲାମରେ ଦିଲ୍ଲୀ କ୍ୟାପିଟାଲ ୪ କୋଟି ଟଙ୍କାରେ କିଣିଛି। ଆଇପିଏଲ୍ ନିଲାମର ପ୍ରଥମ ସେଟ୍ ରେ ହ୍ୟାରି ବ୍ରୁକଙ୍କ ନାମ ଥିଲା । ଇଂଲଣ୍ଡର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ନାମ ଆସିବା ମାତ୍ରେ ଦିଲ୍ଲୀ କ୍ୟାପିଟାଲ ଏକ ଟେଣ୍ଡର କରିଥିଲା। ଦିଲ୍ଲୀ ସହିତ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଖେଳାଳିଙ୍କ ପାଇଁ ଟେଣ୍ଡର କରିଥିଲା, କିନ୍ତୁ ଶେଷରେ ଦିଲ୍ଲୀ କ୍ୟାପିଟାଲ ଏହି ଖେଳାଳିଙ୍କୁ ୪ କୋଟି ଟଙ୍କା ଦେଇ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା।
ହ୍ୟାରି ବ୍ରୁକ ଏପର୍ୟ୍ୟନ୍ତ କେବଳ ଗୋଟିଏ ଆଇପିଏଲ୍ ସିଜନ୍ ଖେଳିଛନ୍ତି । ଗତ ବର୍ଷର ଆଇପିଏଲ୍ ନିଲାମରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ୧୩.୨୫ କୋଟି ଟଙ୍କାର ବିପୁଳ ପରିମାଣର ବିଡ୍ କରି ତାଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା, କିନ୍ତୁ ବ୍ରୁକ ବ୍ୟାଟ୍ ଆଇପିଏଲ୍ ୨୦୨୩ ରେ ସେତେଟା ଯାଦୁ ଦେଖାଇପାରିନଥିଲା । ଯେଉଁଥିପାଇଁ ତାଙ୍କୁ ୧୩ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା। ତେବେ ଆଇପିଏଲର ପ୍ରଥମ ସିଜିନରେ ହ୍ୟାରି ବ୍ରୁକ ଏକ ଚମତ୍କାର ଶତକ ଇନିଂସ ଖେଳିଥିଲେ। ଏହି କାରଣରୁ ହାଇଦ୍ରାବାଦ ଦଳ ଏହି ନିଲାମ ପୂର୍ବରୁ ହ୍ୟାରି ବ୍ରୁକଙ୍କୁ ମୁକ୍ତ କରିଥିଲା।