ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିନକୁ ଦିନ ଛନ୍ଦି ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାରି ଭିତରେ ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏହାକୁ ନଜରରେ ରଖି ସିବିଆଇ କାର୍ୟ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ କହିଛି କି ଯଦି କେହି ସିବିଆଇ କାର୍ୟ୍ୟାଳୟ ରାସ୍ତାରେ ବିକ୍ଷୋଭ କରନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏହାସହ ସିବିଆଇ କାର୍ୟ୍ୟାଳୟ ପାଖାପାଖି ସମସ୍ତ ସ୍ଥାନକୁ ବ୍ୟାରିକେଟିଂ କରାଯାଇଛି । ଦିଲ୍ଲୀ ପୋଲିସ ବ୍ୟତୀତ ଏହି ସୁରକ୍ଷା ବ୍ୟବସ୍ଥାରେ ଅର୍ଦ୍ଧସାମରିକ ବଳ ମଧ୍ୟ ନିୟୋଜିତ ଅଛନ୍ତି ।

ସେପଟେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ଗୋଟିଏ ଦିନ ପାଇଁ ବିଶେଷ ଅଧିବେଶନ ଡାକିଛନ୍ତି । ସିବିଆଇ ଦ୍ୱାରା କେଜ୍ରିୱାଲଙ୍କୁ ନୋଟିସ କରାଯିବା ପରେ କେଜ୍ରିୱାଲ ଏହି ବିଶେଷ ଅଧିବେଶନ ଡାକିଛନ୍ତି । ଶନିବାର ଦିନ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ କି ଏବେ ଆମ୍ ଆଦମୀ ପାର୍ଟି ଦେଶବାସୀଙ୍କ ପାଇଁ ଆଶାର କିରଣ ସାଜି ଆଗକୁ ଆସୁଥିବାରୁ ଏହି ଦଳକୁ ସାମପ୍ତ କରିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଚେଷ୍ଠା ଚଳାଉଛନ୍ତି ।

Leave A Reply

Your email address will not be published.