ମୁଖ୍ୟ ଶାସନ ସଚିବଙ୍କୁ ନିଲମ୍ବିତ କରିବା ପାଇଁ ସୁପାରିସ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

0

ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଦିଲ୍ଲୀର ଭିଜିଲାନ୍ସ ମନ୍ତ୍ରୀ ଅତିଶି ଏହି ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଭିଜିଲାନ୍ସ ବିଭାର ରିପୋର୍ଟକୁ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍‌ସେନାଙ୍କ ପାଖକୁ ପଠାଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ପଦରୁ ହଟାଇବା ତଥା ନିଲମ୍ବିତ କରିବା ପାଇଁ କେଜ୍ରିଓ୍ୱାଲ ସୁପାରିଶ କରିଛନ୍ତି। ଏଥିସହ ମନ୍ତ୍ରୀ ଅତିଶିଙ୍କୁ ଏହି ରିପୋର୍ଟ ସିବିଆଇ ଓ ଇଡି ପାଖକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି।

୬୭୦ ପୃଷ୍ଠା ସମ୍ବଲିତ ଏହି ରିପୋର୍ଟରେ ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାର ଓ ଡିଭିଜନାଲ କମିଶ୍ନର ଅଶ୍ୱିନୀ କୁମାରଙ୍କୁ ତରନ୍ତ ସେମାନଙ୍କୁ ପଦରୁ ହଟାଇବାକୁ ଦାବି କରାଯାଇଛି। ଏଥିସହ ଏହି ମାମଲା ସହ ଜଡିତ ସମସ୍ତ ଫାଇଲକୁ ତୁରନ୍ତ ଜବତ କରିବାକୁ କୁହାଯାଇଛି।

Leave A Reply

Your email address will not be published.