ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ !

0

ଆପ୍‌ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ନଭେମ୍ବର ୨ ତାରିଖରେ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍‌ ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶୀ। ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଗତକାଲି ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିବା ପରେ ଅତିଶୀ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନଭେମ୍ବର ୨ ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଛି। ପଚରା ଉଚରା ପରେ ତାଙ୍କୁ ସେହି ଦିନ ଇଡି ଗିରଫ କରିପାରେ ବୋଲି କିଛି ରିପୋର୍ଟ ଆସିଛି। ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ, ତା’ହେଲେ ତାହା ଦୁର୍ନୀତି ଯୋଗୁ ନୁହେଁ, ବରଂ ବିଜେପି ବିରୋଧରେ କହିଥିବା ଯୋଗୁ।

ଅତିଶୀ ଦାବି କରିଛନ୍ତି ଯେ ଏସବୁ ପଛରେ ବିଜେପିର ହାତ ରହିଛି। ଆପ୍‌କୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛି ବିଜେପି। ସେଥିପାଇଁ ଦଳର ସମସ୍ତ ପ୍ରମୁଖ ନେତାଙ୍କୁ ବିଜେପି ଜେଲ୍‌ ପଠାଇବାକୁ ଉଦ୍ୟମ କରୁଛି। ଯେହେତୁ ନିର୍ବାଚନରେ ବିଜେପି କେଜ୍ରିୱାଲଙ୍କୁ ପରାସ୍ତ କରି ପାରିଲା ନାହିଁ, ସେଥିପାଇଁ ଏବେ ଏଭଳି କୌଶଳ ଆପଣାଉଛି।

Leave A Reply

Your email address will not be published.