ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ୍ କରିବା ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି । ଏହାରି ମଧ୍ୟରେ ବିଜେପିର ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି । ଆଉ ନିମନ୍ତ୍ରଣ ପତ୍ରରେ ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪ଟାରେ ନୁହେଁ ବରଂ ୧୨ଟାରେ ହେବ ବୋଲି ଜଣାପଡିଛି ।
ଦିଲ୍ଲୀର ମୁଖ୍ୟ ସଚିବଙ୍କ ଦ୍ବାରା ଜାରି କରାଯାଇଥିବା ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ଅପରାହ୍ନ ୧୨ଟାରେ ହେବ । ତେଣୁ ସୁରକ୍ଷା ବ୍ୟବସ୍ଥା କାରଣରୁ ୧୧ଟାର ନିଜ ନିଜ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।
ଦିଲ୍ଲୀ ବିଧାୟକ ଦଳରେ ନେତା ଚୟନ କରିବା ପାଇଁ ବିଜେପି ଆଜି ସନ୍ଧ୍ୟାରେ ଏକ ବୈଠକ କରିବ । ବିଧାୟକ ଦଳ ବୈଠକ କରିବା ପରେ ଘୋଷଣା ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଫେବୃଆରୀ ୨୦ରେ ରାମଲୀଳା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ମଧ୍ୟାହ୍ନ ୧୨.୧୫ରେ ଅନୁଷ୍ଠିତ ହେବ । ପୂର୍ବରୁ ସମାରୋହର ସମୟ ୨୦ ଫେବୃଆରୀ ଅପରାହ୍ନ ୪.୩୦ ଟା ପାଇଁ ସ୍ଥିର କରାଯାଇଥିଲା, ଯାହାକୁ ସକାଳ ୧୧ ଟାକୁ ପରିବର୍ତ୍ତନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ପଦ ପାଇଁ, କିଛି ନବନିର୍ବାଚିତ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଛି, ଯେଉଁଥିରେ ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଥିବା ପ୍ରବେଶ ବର୍ମା, ଦିଲ୍ଲୀର ପୂର୍ବତନ ବିଜେପି ସଭାପତି ବିଜେନ୍ଦ୍ର ଗୁପ୍ତା, ରେଖା ଗୁପ୍ତା, ଆଶିଷ ସୁଦ, ସତୀଶ ଉପାଧ୍ୟାୟଙ୍କ ନାମ ରହିଛି ।
ତେବେ ଶପଥ ଗ୍ରହଣ ସମାରୋହରେ ୫୦ ହଜାରରୁ ଅଧିକ ଲୋକ ସାମିଲ ହେବେ । ଏହାଛଡା ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଜେପି ନଡ୍ଡା ଏବଂ ବିଜେପିର ବରିଷ୍ଠ ନେତା ଏବଂ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିପକ୍ଷ ନେତା, ଫିଲ୍ମ ଷ୍ଟାର, ବିଜନେସମ୍ୟାନ ଉପସ୍ଥିତ ରହିବେ ।