କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ କୋର୍ଟଙ୍କ ଓ୍ବାରେଣ୍ଟ  

0

ନୂଆଦିଲ୍ଲୀ, ୧୦।୭: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଇଡି ଦାଏର କରିଥିବା ଚାର୍ଜଶିଟ୍‌କୁ ଭିତ୍ତିକରି ମଙ୍ଗଳବାର ତାଙ୍କ ବିରୋଧରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ପ୍ରଡକ୍ସନ ଓ୍ବାରେଣ୍ଟ ଜାରି କରିଛନ୍ତି। ସ୍ବତନ୍ତ୍ର ଜଜ୍‌ କାବେରୀ ବାଓ୍ବେଜାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କେଜ୍‌ରିଓ୍ବାଲ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିରୋଧରେ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ସେହିପରି ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୧୨ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇଡି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ଆପ୍‌କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆପ୍‌ ରାଷ୍ଟ୍ରୀୟ ସମ୍ପାଦକ ପକଞ୍ଜ ଗୁପ୍ତା। ଭାଜପା ଯେନତେନ ପ୍ରକାରେ ଷଡ଼ଯନ୍ତ୍ର କରି ଆପ୍‌କୁ ଶେଷ କରିବାକୁ ଚାହୁଁଛି। ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ହେଇଥିବା ତଦନ୍ତରେ ଇଡିକୁ ଗୋଟିଏ ବି ପଇସା ମିଳି ନ ଥିବା ପକଞ୍ଜ କହିଛନ୍ତି

Leave A Reply

Your email address will not be published.